ଲକ୍ଷ୍ନୌ: ଆଇପିଏଲ ୨୦୨୬ରେ ଲକ୍ଷ୍ନୌ ସୁପର ଜ୍ୟାଂଟସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳର ସବୁଠାରୁ ଦାମୀ ଖେଳାଳି ରିଷଭ ପନ୍ତ ଓ ନିକୋଲସ ପୂରନ ଏଥିପାଇଁ ମୂଖ୍ୟତଃ ଦାୟୀ । ଏହି ଦୁଇ ଖେଳାଳିଙ୍କୁ ନେବା ପାଇଁ ଲକ୍ଷ୍ନୌ ୫୦ କୋଟି ଖର୍ଚ୍ଚ କରିଥିଲା । ରିଭଷ ପନ୍ତ ୬ ମ୍ୟାଚରେ ୧୪୭ ରନ କରିଛନ୍ତି । ଷ୍ଟ୍ରାଇକ ରେଟ ୧୩୬ ଓ ଆଭରେଜ ୩୦ ପାଖାପାଖି ରହିଛି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ସେ ୬୮ ରନର ଇନିଂସ ଖେଳିଥିଲେ । ଏହି ମ୍ୟାଚରେ ଲକ୍ଷ୍ନୌ ବିଜୟ ହାସଲ କରିଥିଲା ।
ଅପରପକ୍ଷରେ ପୂରନ ମଧ୍ୟ ସମ୍ପୂର୍ଣ୍ଣ ଭାବେ ନିରାଶ କରିଛନ୍ତି । ପୂରନ ୬ ମ୍ୟାଚରେ ୫୧ ରନ କରିଛନ୍ତି । ତାଙ୍କ ଆଭରେଜ ୮.୫ ଥିବା ବେଳେ ଷ୍ଟ୍ରାଇକ ରେଟ ୮୦ ପାଖାପାଖି ଅଛି । ଦଳର ୩ ବିଦେଶୀ ଖେଳାଳି ଆଇଡେନ ମାର୍କରାମ, ପୂରନ ଓ ମିଚେଲ ମାର୍ଶ ସେଭଳି ଆଖି ଦୃଶିଆ ପ୍ରଦର୍ଶନ କରି ନାହାନ୍ତି । ଲକ୍ଷ୍ନୌ ତାର ପରବର୍ତୀ ମ୍ୟାଚ ଏପ୍ରିଲ ୨୨ରେ ରାଜସ୍ଥାନ ବିପକ୍ଷରେ ଖେଳିବ । ଏହି ମ୍ୟାଚ ଲକ୍ଷ୍ନୌ ପାଇଁ ଗୁରତ୍ୱପୂର୍ଣ୍ଣ ହୋଇ ପଡିଛି । ପନ୍ତ ଓ ପୂରନ ଫର୍ମକୁ ଫେରନ୍ତୁ ବୋଲି ପ୍ରଶଂସକ ଓ ଟିମ ମ୍ୟାନେଜମେଂଟ ଚାହିଁ ବସିଛନ୍ତି ।