Latest Odisha News

BREAKING NEWS

ଭାଙ୍ଗିଲା ଅଚଳାବସ୍ଥା, ସ୍ଵଭାବିକ ହେଲା ମହାପ୍ରଭୁଙ୍କ ନିତୀକାନ୍ତି

ଦୂର ହୋଇଛି ମହାପ୍ରଭୁଙ୍କ ନୀତିକାନ୍ତିକୁ ନେଇ ହୋଇଥିବା ଅଚଳାବସ୍ଥା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ହସ୍ତକ୍ଷେପ ପରେ ସ୍ବାଭାବିକ ହେଲା ମହାପ୍ରଭୁଙ୍କ ନୀତିକାନ୍ତି ।

ପୁରୀ: ଦୂର ହୋଇଛି ମହାପ୍ରଭୁଙ୍କ ନୀତିକାନ୍ତିକୁ ନେଇ ହୋଇଥିବା ଅଚଳାବସ୍ଥା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ହସ୍ତକ୍ଷେପ ପରେ ସ୍ବାଭାବିକ ହେଲା ମହାପ୍ରଭୁଙ୍କ ନୀତିକାନ୍ତି । ନୀତିକାନ୍ତିକୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଦୂର ହୋଇଛି । ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି ପରେ ଅନ୍ୟାନ୍ୟ ନୀତିକାନ୍ତି ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବିଭିନ୍ନ ନିଯୋଗ ସହ ଆଲୋଚନା କରି ବିବାଦର ସମାଧାନ କରିବା ପରେ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଛି । ତେବେ ନୀତିକାନ୍ତିରେ ବିଳମ୍ବ ପାଇଁ ଦାୟୀ ରହିଥିବା ସମସ୍ତଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ୍ ।

ସୂଚନାଯୋଗ୍ୟ ଯେ, ସେବାରୁ ନିବୃତ ହୋଇଥିବା ଜଣେ ସିଂହାରୀ ସେବକଙ୍କ ସେବାପୂଜା ଯୋଗୁଁ ନୀତିକାନ୍ତିକୁ ବନ୍ଦ ରଖିଥିଲେ ଅନ୍ୟ ପାଳିଆ ସେବାୟତ। ଏହାକୁ ନେଇ ମହାପ୍ରଭୁଙ୍କ ନୀତିରେ ବିଳମ୍ବ ହୋଇଥିଲା । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସେବାୟତଙ୍କ ସହ ଆଲୋଚନା କରିଥିଲେ । ସକାଳୁ ସକାଳୁ ମହାପ୍ରଭୁଙ୍କ ଦ୍ୱାର ଫିଟା, ଭିତର ଶୋଧ, ମଙ୍ଗଳ ଆଳତି, ରୋଷହୋମ, ମଇଲମ ନୀତି ହୋଇଥିଲା । ଏହା ପରଠାରୁ ନୀତି କାନ୍ତିରେ ବିଭ୍ରାଟ ଦେଖାଦେଇଥିଲା

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ନୀତି ପ୍ରଶାସକ ଓ ଉପଜିଲ୍ଲାପାଳଙ୍କ ଆଲୋଚନା ପରେ ବିବାଦର ସମାଧାନ ହୋଇଛି। ମହାପ୍ରଭୁଙ୍କ ବଡ ମହାସ୍ନାନ ହୋଇ ନୀତିକାନ୍ତି ଆଗକୁ ବଢିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ସେବାରୁ ନିବୃତ ଥିବା ଜଣେ ସିଂହାରୀ ସେବାୟତ ଆଜି ମହାପ୍ରଭୁଙ୍କ ମଙ୍ଗଳଆଳତି କରିବାରୁ ନୀତି ବିବାଦ ଦେଖାଦେଇଥିଲା । ଏବେ ନୀତି ତ୍ବରାନ୍ବିତ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଅନ୍ୟପଟେ ନୀତିକାନ୍ତି ବିଳମ୍ବ ହୋଇଥିବା ବେଳେ ମହାପ୍ରସାଦ ମଧ୍ୟ ଆଜି ବିଳମ୍ବରେ ବାହାରିବ।

Leave A Reply

Your email address will not be published.