Latest Odisha News

[ଦେଖନ୍ତୁ ଭିଡିଓ] କାଶୀପୁର ବ୍ଲକରେ ବେକାବୁ ହଇଜା । ପୁନର୍ବାର ସ୍ଥିତି ଅନୁଧ୍ୟାନ କଲେ ଆରଏମଆରସି ଟିମ୍

ରାୟଗଡ଼ା  : ରାୟଗଡ଼ା କାଶୀପୁର ବ୍ଲକରେ ଆତଙ୍କ ସୃଷ୍ଟି କରିଥିବା ହଇଜା ନିୟନ୍ତ୍ରଣ ହେଉନାହିଁ ।  ଆକ୍ରାନ୍ତ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ମୃତ୍ୟୁ ସଂଖ୍ୟା ୧୨ ହେଲାଣି । ତେଣୁ ପୁନର୍ବାର ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଛନ୍ତି RMRC ଟିମ୍ ।

ବିଭିନ୍ନ ଗାଁରେ ହଇଜା ଆତଙ୍କ । ଗୋଟିଏ ପରେ ଗୋଟିଏ ଗାଁ ମାନଙ୍କୁ ଏହା ବ୍ୟାପିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୨୫ ରୁ ଅଧିକ ଗ୍ରାମ ହଇଜା କବଳରେ ରହିଛି । ୩୨୫ ଜଣ ଆକ୍ରାନ୍ତ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ବାସ୍ତବତା ଭିନ୍ନ ରହିଛି। ଯେତେ ଉଦ୍ୟମ କଲେ ମଧ୍ୟ ରୋଗ ନିୟନ୍ତ୍ରଣ ହେଉନାହିଁ। ତେବେ କେଉଁ କାରଣରୁ ଏହା ନିୟନ୍ତ୍ରଣ ହେଉନାହିଁ ତାହା ଅନୁସନ୍ଧାନ କରିବା ପାଇଁ ପୁନର୍ବାର ଆସିଛନ୍ତି RMRC ଟିମ୍ । ଏହି ଟିମ୍ ବିଭିନ୍ନ ଗାଁ ଯାଇ ଜଳ ଓ ମଳ ନମୁନା ସଂଗ୍ରହ କରିଛନ୍ତି।

ତେବେ ଆଜିର କାଶୀପୁର ଆଞ୍ଚଳ ଗସ୍ତ ପରେ ଗଣମାଧ୍ୟମକୁ RMRC ଟିମ୍ ମୁଖ୍ୟ ଡାକ୍ତର ବିଭୁତି ଭୁଷଣ ପାଳ କହିଛନ୍ତି  କରୋନା ଭଳି ହଇଜା ରୋଗୀଙ୍କ ସଂସ୍ପର୍ଶରେ ଆସି ଅନେକ ଏବେ ଆକ୍ରାନ୍ତ ହେଉଥିବା ବେଳେ ଡାକ୍ତର ଖାନା ନଯାଇ କ୍ଵାକ ଦ୍ଵାରା ଚିକିଛା ଦ୍ଵାରା ବଢୁଛି କଲେରା ମହାମାରୀ । ଦ୍ବିତୀୟ ଥର ପାଇଁ ଏହି ଟିମ୍ କାଶୀପୁର ବ୍ଲକ ଯାଇ ଝାଡ଼ାବାନ୍ତି ବ୍ୟାପୁଥିବା ଗାଁ ମାନଙ୍କରେ ପୁଣି ମାଳ ଓ ଜଳ ନମୁନା ସଂଗ୍ରହ କରିଛନ୍ତି।।

ଏଣେ ଲୋକଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରାଯାଉଥିବା ସିଡିଏମଓ କହିଛନ୍ତି। ପୂର୍ବାପେକ୍ଷା ବର୍ତ୍ତମାନ ଆକ୍ରାନ୍ତ ସଂଖ୍ୟା କମୁଥିବା ପ୍ରକାଶ କରିଛନ୍ତି। ଲୋକେ ଅଧିକ ସଚେତନ ହେଲେ ରୋଗ ନିୟନ୍ତ୍ରଣ ହୋଇଯିବ।

କୋରାପୁଟ ଜିଲ୍ଲା ଦଶମନ୍ତପୁର ଠାରୁ ବାହାରି କାଶୀପୁର ବ୍ଲକର ବିଭିନ୍ନ ଗାଁ ଦେଇ ପ୍ରବାହିତ ହେଉଥିବା ନଦୀ ନାଳ ସମେତ ଅନ୍ୟ ଜଳ ଉତ୍ସ ଗୁଡ଼ିକ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି। ତାହାର ବିଶୋଧନ ଜାରି ରହିଛି। ତେବେ ନିଷିଦ୍ଧ ଘୋଷଣାକୁ ଅନେକ ଲୋକ ପାଳନ କରୁନାହାନ୍ତି ।  ବିଭିନ୍ନ ଗାଁ ମାନଙ୍କରେ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି। ଦୂଷିତ ପାଣି ବ୍ୟବହାର କରିବା ଯୋଗୁଁ ଝାଡ଼ାବାନ୍ତି ବ୍ୟାପୁଥିବା ପୂର୍ବରୁ ଅଭିଯୋଗ ହୋଇଛି।

ଦିନକୁ ଦିନ ସ୍ଥିତି ଗମ୍ଭୀର ହେଉଥିବା ବେଳେ ଏହା କେବେ ନିୟନ୍ତ୍ରଣ ହେଉଛି ସେହି ସମୟକୁ ଅପେକ୍ଷା।

 

Leave A Reply

Your email address will not be published.