Latest Odisha News

BREAKING NEWS

ରାହୁଲଙ୍କୁ ଥଟ୍ଟା କଲେ ଅଖିଳେଶ; କହିଲେ, ଏବେ ଏକ୍ସ-ରେ ନୁହେଁ ଏମଆରଆଇ, ସିଟି ସ୍କାନ ଦରକାର

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଯାଇଛି ତୁତୁ..ମେମେ । ପଦାରେ ପଡିଛି ଇଣ୍ଡିଆ ମେଣ୍ଟର ଫାଟ । ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ଉତ୍ତରପ୍ରଦେଶ  ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । କଂଗ୍ରେସ ପକ୍ଷରୁ ହେଉଥିବା ଜାତୀୟ ଗଣନା ଦାବି ଉପରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ପ୍ରଶ୍ନ ଉଠାଇଛନ୍ତି ।  କଂଗ୍ରେସ ନେତୃତ୍ୱାଧୀନ ସରକାର ଏତେବର୍ଷ କ୍ଷମତାରେ ଥିଲେ । ହେଲେ ସେତେବେଳେ କାହିଁକି ଏହି ଜାତୀୟ ଗଣନା କରିଲେ ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ଅଖିଳେଶ ଯାଦବ ।

BjdElectrycity

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଜାତୀୟ ଗଣନା ଦାବି ଏବଂ ଏକ୍ସ-ରେ ଟିପ୍ପଣୀକୁ ସମାଲୋଚନା କରି ଅଖିଳେଶ କହିଛନ୍ତି, ପୂର୍ବରୁ କଂଗ୍ରେସ ସରକାର ନିଜର ଦୋଷପୂର୍ଣ୍ଣ ନୀତି ପାଇଁ ଏ ପ୍ରସଙ୍ଗରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା । ଏସପି ନେତା   ପ୍ରଦେଶର ସତନାରେ ଏକ ନିଉଜ ଏଜେନ୍ସିକୁ ବାର୍ତ୍ତା ଦେଇ କଂଗ୍ରେସକୁ ଟାର୍ଗେଟ କରି ଏପରି କହିଥିଲେ ।

ଏଠି କହିରଖିବୁ,ରାହୁଲ ଗାନ୍ଧି ସୋମବାର ଏକ ରାଲିକୁ ସମ୍ବୋଧିତ କରି କହିଥିଲେ, ଜାତୀୟ ଗଣନା ଏକ ଏକ୍ସ-ରେ ପରି କାମ କରିବ । ଏହା ବିଭିନ୍ନ ସମୁଦାୟର ପୂରା ବିବରଣୀ ଦେବ । ରାହୁଲଙ୍କର ଏହି ବୟାନ ଉପରେ ଅଖିଳେଶ କହିଥିଲେ, କଂଗ୍ରେସ ଯେତେବେଳେ କ୍ଷମତାରେ ଥିଲା, ସେତେବେଳେ ଏହି ଏକ୍ସ-ରେ କାହିଁକି କରି ନ ଥିଲା ? କଂଗ୍ରେସର ଏହି ଜାତୀୟ ଗଣନା ଦାବି  ଚମତ୍କାର ବୋଲି ଥଟ୍ଟା କରି କହିଛନ୍ତି ଏସପି ମୁଖ୍ୟ ଅଖିଳେଶ ଯାଦବ ।

ଅଖିଳେଶ କହିଛନ୍ତି, କଂଗ୍ରେସ କ୍ଷମତାରେ ଥିବାବେଳେ ଏହି ସମସ୍ୟାର ସମାଧାନ ହୋଇ ପାରିଥାନ୍ତା । ସେ ସମୟରେ ଏକ୍ସ-ରେ ହୋଇଥିଲେ ଆଜି ଏତେ ସମସ୍ୟା ସୃଷ୍ଟି ହୋଇ ନ ଥାନ୍ତା । ଏବେ ଏକ୍ସ-ରେ ନୁହେଁ, ଏମଆରଆଇ ଏବଂ ସିଟି ସ୍କାନର ଆବଶ୍ୟକତା ରହିଛି । କାରଣ ରୋଗ ଏଇ ସମୟ ଭିତରେ ବଢି ଯାଇଛି । କଂଗ୍ରେସକୁ ଆହୁରି ସମାଲୋଚନା କରି ଅଖିଳେଶ କହିଛନ୍ତି, କଂଗ୍ରେସର ଏହି ଜାତୀୟ ଗଣନା ଦାବି ସବୁଠାରୁ ବଡ ଚମତ୍କାର । କାରଣ ଏ ସେଇ ପାର୍ଟି ଯିଏ ସ୍ୱାଧୀନତା ପରେ ଜାତୀୟ ଗଣନା କରି ନ ଥିଲା ।

Leave A Reply

Your email address will not be published.