Latest Odisha News

BREAKING NEWS

ରାଜଧାନୀରେ ଅଟୋକୁ ଧକ୍କା ଦେଲା ମୋ ବସ୍; ୩ ଆହତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ଥାନା ଅନ୍ତର୍ଗତ ଗ୍ୟାରେଜ  ଛକରେ ଏକ ଦୁର୍ଘଟଣା ଘଟିଛି । ଏଥିରେ  ତିନି ଜଣ ଆହତ ହୋଇଛନ୍ତି । ଖବର ଲେଖାଯିବା ସୁଧା ଆହତଙ୍କ ପରିଚୟ ଜଣାପଡ଼ି ନାହିଁ ।

ଗତକାଲି ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ଘଟିଛି । ମୋ ବସ୍  ଏକ ଅଟୋକୁ ପଛ ପଟୁ ଧକ୍କା ଦେଇଥିଲା । ଏଥିରେ ତିନି ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ  ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।  ଖବର ପାଇ ପୁଲିସ୍  ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି । ଏହାପରେ ଉତ୍ତେଜନା ଥମିଥିଲା।

Leave A Reply

Your email address will not be published.