Latest Odisha News

BREAKING NEWS

ସାଇକେଲ ଆରୋହୀଙ୍କୁ ପିଟିଲା କାର: ୨ ମୃତ

ସୁନ୍ଦରଗଡ: ସକାଳୁ ସକାଳୁ ଦୁର୍ଘଟଣା । ଚାଲିଗଲା ଦୁଇ ଜୀବନ । ଏହି ଘଟଣାରେ ସୁନ୍ଦରଗଡ ଜିଲ୍ଲା ବଡଗାଁ ଅନ୍ତର୍ଗତ ଝାରମୁଣ୍ଡା ଗାଁରେ ଖେଳି ଯାଇଛି ଶୋକର ଲହରୀ ।

ଝାରମୁଣ୍ଡା ଗାଁର ୨ ଜଣ ବ୍ୟକ୍ତି ସକାଳୁ ସକାଳୁ ସାଇକେଲରେ ଶୌଚ ହେବାକୁ ଯାଉଥିଲେ । ସେମାନେ ରାସ୍ତା ପାର ହେଉଥିବା ସମୟରେ ଏକ କାର ତାଙ୍କୁ ଧକ୍କା ଦେବା ସହ ସେମାନଙ୍କ ଉପରେ ଚଢି ଯାଇଥିଲା । ଫଳରେ  ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇବା ପରେ କାର ଡ୍ରାଇଭର ଦୁର୍ଘଟଣାସ୍ଥଳରୁ ଗାଡି ସହ ଚମ୍ପଟ ମାରିଛି ।

ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ମୃତଦେହକୁ ରଖି ରାସ୍ତା ଅବରୋଧ କରିଛନ୍ତି । ଫଳରେ ଗାଡିମୋଟର ଚଳାଚଳ ବ୍ୟାହତ ହୋଇଛି ।  ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଛି ।

Leave A Reply

Your email address will not be published.