Latest Odisha News

BREAKING NEWS

ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମୁକାବିଲା ପାଇଁ ଧୀମା ପିଚ

ମୁମ୍ବାଇ: ଚଳିତ ବିଶ୍ୱକପରେ ବୁଧବାର ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ ଖେଳାଯିବ । ରିପୋର୍ଟ ମୁତାବକ ବିସିସିଆଇ ଧୀମା ଟ୍ରାକ ତିଆରି କରିବା ପାଇଁ ପିଚ କ୍ୟୁରେଟରଙ୍କୁ ନିର୍ଦ୍ଦେଶ ଦେଇଛି । ବଲ ଅଧିକ ଟର୍ଣ୍ଣ କରିବା ପରିବର୍ତେ ଧୀମା ରହିବ । ସେଥିପାଇଁ ପିଚରୁ ଘାସ କାଟି ଦିଆଯାଇଛି । ୱାଙ୍ଖେଡରେ ୨୦୨୩ ବିଶ୍ୱକପର ୪ଟି ମ୍ୟାଚ ଖେଳାଯାଇଛି । ପ୍ରଥମେ ବ୍ୟାଟିଂ କରିଥିବା ଟିମ ୩ଟି ମ୍ୟାଚରେ ବିଜୟ ହାସଲ କରିଛି । ଅଷ୍ଟ୍ରେଲିଆ କେବଳ ଚେଜ କରି ଆଫଗାନିସ୍ତାନକୁ ହରାଇଛି ।
ମୁମ୍ବାଇ ପୋଲିସକୁ ଧମକ: ସେମିଫାଇନାଲ ମ୍ୟାଚ ଅବସରରେ ମୁମ୍ବାଇ ପୋଲିସକୁ ଜଣେ ଅଜଣା ବ୍ୟକ୍ତି ଧମକ ଦେଇଛି । ମ୍ୟାଚ ଅବସରରେ କିଛି ବଡ ଅଘଟଣ ଘଟିବ ବୋଲି ସେ କହିଛନ୍ତି । ପୋଲିସ ଷ୍ଟାଡିୟମ ଚାରିପଟେ କଡା ସୁରକ୍ଷା ବ୍ୟବସ୍ଥା ଅବଲମ୍ବନ କରିଛି ।

ରଜନୀକାନ୍ତ ମ୍ୟାଚ ଉପଭୋଗ କରିବେ: ଦକ୍ଷିଣ ଭାରତର ସୁପରଷ୍ଟାର ରଜନୀକାନ୍ତ ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ ଦେଖିବେ । ସେ ମୁମ୍ବାଇ ଏୟାରପୋର୍ଟରେ ପତ୍ନୀ ଲତାଙ୍କ ସହ ଇତି ମଧ୍ୟରେ ପଂହଚି ସାରିଛନ୍ତି । ରଜନୀକାନ୍ତ, ଅମିତାଭ ବଚ୍ଚନ ଓ ସଚିନ ତେନ୍ଦୁଲକରଙ୍କୁ ବିସିସିଆଇ ଗୋଲ୍ଡେନ ଟିକେଟ ପ୍ରଦାନ କରିଛି ।

Leave A Reply

Your email address will not be published.