Latest Odisha News

BREAKING NEWS

ଶୁଣୁନି ପ୍ରଶାସନ, ରାସ୍ତାରେ ଧାନ ତଳି ରୁଆଇ ମହିଳାଙ୍କ ପ୍ରତିବାଦ

ନୂଆପଡ଼ା: କାଦୁଅ ପଚ୍ ପଚ୍ ରାସ୍ତା । ପାଦ ଖସିଗଲେ କଥା ସରିଲା । ଗାଁକୁ ରାସ୍ତା ନେଇ ରାଜ୍ୟ ସରକାର ବିକାଶର ବାଜଣା ପିଟୁଥିବା ବେଳେ ଏବେ ବି ଅନେକ ଗାଁକୁ ରାସ୍ତା ନାହିଁ । ଫଳରେ ବର୍ଷା ଦିନ ହେଲେ ଗ୍ରାମବାସୀଙ୍କ ସମସ୍ୟା ବଢ଼ୁଛି । କିଏ ରୋଗରେ ପଡ଼ିଲେ ଅବା ବଜାର ଘାଟ କିମ୍ବା ବିଦ୍ୟାଳୟକୁ ଗଲେ କାଦୁଅ ପଚ୍ ପଚ୍ ରାସ୍ତାରେ ଯିବାକୁ ପଡ଼ୁଛି ।

ଯାହାର ପ୍ରତିବାଦ କରିଛନ୍ତି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଟିମନପୁର ପଞ୍ଚାତ ହୀରାପୁର ଗ୍ରାମବାସୀ । ଗାଁର ମହିଳା କାଦୁଅ ପଚ୍ ପଚ୍ ରାସ୍ତାରେ ଧାନ ତୋଳି ରୁଆଇବା ସହ ଗାଁକୁ ନେତା ଓ ଅଧିକାରୀଙ୍କୁ ପସାଇ ଦେବେ ନାହିଁ ବୋଲି କହିଛନ୍ତି ।

କାଦୁଅ ରାସ୍ତାରେ ଖିପିଲିମାଲ, ଗୋର୍ଲା, ପତେଲପଡ଼ା, କୁସୁମଖୁଣ୍ଟା, ଦରଲୀପଡା, କଏଣ୍ଟପଦର ଗାଁର ହଜାର ହଜାର ଲୋକେ ପ୍ରତିଦିନ ଯାଆସ କରୁଛନ୍ତି । ଖରା ଦିନରେ କଷ୍ଟମଷ୍ଟେ ଯାଆସ କରି ହେଉଥିବା ବେଳେ ବର୍ଷା ଆସିଲେ ବିପଦ ଘନେଇ ଆସୁଛି । ଏକ ପ୍ରକାର ଠପ୍ ହୋଇ ଯାଉଛି ଜୀବନ ଯାତ୍ରା । ରାସ୍ତା ନିର୍ମାଣ ନେଇ ଗାଁ ଲୋକେ ସମସ୍ତଙ୍କୁ ଗୁହାରି କରିଥିବା ବେଳେ କେହି ଶୁଣୁ ନାହାନ୍ତି । ଯାହାର ପ୍ରତିବାଦରେ ଗାଁର ମହିଳା ଏକାଠି ହୋଇ ରାସ୍ତାରେ ରୁଆଇଛନ୍ତି ଧାନ ତଳି ।

Leave A Reply

Your email address will not be published.