Latest Odisha News

BREAKING NEWS

ଭିଡ଼ମୁକ୍ତ ହେବ ରାଜଧାନୀ, ଜୟଦେବ ବିହାର-ନନ୍ଦନକାନନ ରାସ୍ତାରୁ ହଟିବ ଟ୍ରାଫିକ୍ ଲାଇଟ୍

ଭୁବନେଶ୍ୱର: ଭିଡ଼ମୁକ୍ତ ହେବ ରାଜଧାନୀ ଭୁବନେଶ୍ୱର। ଜୟଦେବ ବିହାର-ନନ୍ଦନକାନନ ରାସ୍ତାରୁ ହଟିବ ଟ୍ରାଫିକ୍ ସିଗନାଲ। ଟ୍ରାଫିକ୍ ଲାଇଟ୍ ପରିବର୍ତ୍ତେ ଲାଗିବ ବିକଳ୍ପ ଟେକ୍ନୋଲୋଜି। ଶନିବାର ଏହି ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ, ଭୁବନେଶ୍ୱର ସହରକୁ ଭିଡ଼ ମୁକ୍ତ କରିବାକୁ ଜୁନ ୧୨ରେ ଏକା ଧିକ ରାସ୍ତା ଏବଂ ପ୍ରକଳ୍ପର ଶିଳାନ୍ୟାସ ହେବ। ସେସବୁ ପ୍ରକଳ୍ପର ମାସେ ଭିତରେ ଟେଣ୍ଡର ପ୍ରକ୍ରିୟା ସରିବ। ଅଢେଇରୁ ୩ ବର୍ଷ ଭିତରେ ସମସ୍ତ ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ମାସେ ଭିତରେ ଆରମ୍ଭ ହେବ ରିଙ୍ଗ୍‌ ରୋଡ଼ କାମ । ଜମି ଅଧିଗ୍ରହଣ ପ୍ରକ୍ରିୟା ମାସେ ଭିତରେ ସରିବ । ଡିସେମ୍ବର ସୁଦ୍ଧା ସରିବ ବାମ ଏବଂ ଡାହାଣ ପାରାଲାଲ ରାସ୍ତା କାମ ସରିବ ବୋଲି ମନ୍ତ୍ରୀ କହିଛନ୍ତି । ଜୟଦେବ ବିହାରରୁ ନନ୍ଦନକାନନ ଯାଏଁ ରାସ୍ତା ଟ୍ରାଫିକ ଲାଇଟ ହଟାଇ ଯେଉଁ ଟେକ୍ନୋଲୋଜି ବ୍ୟବହାର କରାଯିବ ସେ ନେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ମନ୍ତ୍ରୀ ପୃଥ୍ବୀରାଜ କହିଛନ୍ତି ।

Comments are closed.