Latest Odisha News

BREAKING NEWS

ମହଙ୍ଗା ପଡିଲା ପ୍ରେମ ନିବେଦନ, ବନ୍ଧା ହେଲେ ଥାନାକୁ ଗଲେ

କାମାକ୍ଷାନଗର: ଧରାପଡିଲେ ରୋଡ ରୋମିଓ । ରାସ୍ତାରେ ଯାଉଥିବା ଯୁବତୀଙ୍କୁ ପ୍ରେମ ନିବେଦନ କରି ଫସିଲେ ଯୁବକ । କଲେଜ ଛାତ୍ରୀଙ୍କୁ ରାସ୍ତାରେ ଅଟକାଇ ପ୍ରେମ ନିବେଦନ କରିବା ଯୁବକଙ୍କ ପାଇଁ ମହଙ୍ଗା ପଡିଛି । ଯୁବତୀଙ୍କୁ ଅଟାଇବା ସମୟରେ ଧରାପଡି ଥାନାକୁ ଯାଇଛନ୍ତି  । ଏଭଳି କିଛି ଘଟଣା ଘଟିଛି  ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥ ରେ ଥିବା ପେଟ୍ରୋଲ ପମ୍ପ ନିକଟରେ  । ପରଜଙ୍ଗ ପେଟ୍ରୋଲ ପମ୍ପ ନିକଟରେ ଜଣେ କଲେଜ ଛାତ୍ରୀ ରାସ୍ତାରେ ଯାଉଥିବା ବେଳେ ଏକ ବାଇକରେ ତିନି ଜଣ ଯୁବକ ଆସି ତାଙ୍କୁ ଅଟକାଇ ପ୍ରେମ ନିବେଦନ କରିଥିଲେ ।

ଛାତ୍ରୀ ଜଣଙ୍କ ରାଜି ନହେବାରୁ ଜଣେ ଯୁବକ ଉତକ୍ଷିପ୍ତ ହୋଇ ଉକ୍ତ ଛାତ୍ରୀଙ୍କୁ ମାଡ଼ ମାରିଥିଲେ  । ଏବଂ ତୁରନ୍ତ ଘଟଣାସ୍ଥଳରୁ ଖସି ଯିବାକୁ ଉଦ୍ୟମ କରିବା ବେଳେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡିଛନ୍ତି । ଦୁଇଜଣଙ୍କ ଯୁବକଙ୍କୁ ଗ୍ରାମବାସୀମାନେ କାବୁ କରିଥିବାବେଳେ ଜଣେ ଯୁବକ ଖସି ପଳାଇଥିଲେ  । ପରେ ପରଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି  । ତେବେ ଏହି  ତିନି ଜଣ ଯୁବକ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବିଜୁଗୋଳ ଗାଁର ବୋଲି ଜଣାପଡିଛି। ପରଜଙ୍ଗ ପୋଲିସ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.