Latest Odisha News

BREAKING NEWS

କେବୁଲ କାରରେ ଫସିଥିବା ୮ଜଣଙ୍କୁ ସୁରକ୍ଷିତ ଉଦ୍ଧାର କଲା ଉଦ୍ଧାରକାରୀ ଦଳ

ପାକିସ୍ତାନ: ପାକିସ୍ତାନରେ କେବୁଲ କାରରେ ଫସିଥିବା ୬ ଜଣ ପିଲାଙ୍କ ସମେତ ୮ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସେନା ହେଲିକପ୍ଟର ଏବଂ ଜିପଲାଇନ ବିଶେଷଜ୍ଞ ସହାୟତାରେ ଏମାନଙ୍କୁ ଉଦ୍ଧାର କରାଯାଇଛି । ପାଖାପାଖି ୧୨ ଘଣ୍ଟା ଅପରେଶନ ପରେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଦୁଇଜଣ ପିଲାଙ୍କୁ ଉଦ୍ଧାର କରାଯିବା ବେଳକୁ ରାତି ହୋଇଯାଇଥିବାରୁ ସେନା ହେଲିକପ୍ଟର୍ ଉଦ୍ଧାର ଅଭିଯାନ ବନ୍ଦ କରିଦିଆଯାଇଥିଲା । ତା’ପରେ ଫ୍ଲଡଲାଇଟ୍ ଲଗାଯାଇ ତଳେ ରହି ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ପିଲାମାନେ ଏତେ ସମୟ ଝୁଲି ରହିଥିବାରୁ ସେମାନଙ୍କ ହେଲିକପ୍ଟର ଜରିଆରେ ଖାଦ୍ୟ ଏବଂ ପାଣି, ଔଷଧ ପଠାଯାଇଥିଲା ।

ସୂଚନାଯୋଗ୍ୟ, ଖେବର ପଖତୁନଖଓ୍ଵାରେ ଏକ ପାହାଡରେ ସ୍କୁଲ ପିଲା ଘାଟି ପାର ହେବା ପାଇଁ କେବୁଲ କାର ବ୍ୟବହାର କରନ୍ତି । ପାଖାପାଖି ୧୨୦୦ ଫୁଟ ଉପରେ ୬ଜଣ ପିଲା କେବୁଲ କାରରେ ସ୍କୁଲ ଯାଉଥିଲେ। ଏହି ସମୟରେ ଏହା ଅଧାରୁ ଅଟକି ଯାଇଥିଲା। ଏହି କେବୁଲ କାରରେ ୮ଜଣ ଫସି ରହିଥିଲେ । ଏମାନେ ପାଖାପାଖି ୧୨ ଘଣ୍ଟା ଧରି ଫସିଥିଲେ । ଦୁଇଜଣ ପିଲାଙ୍କୁ ଉଦ୍ଧାର କରାଯିବା ବେଳକୁ ରାତି ହୋଇଯାଇଥିବାରୁ ସେନା ହେଲିକପ୍ଟର୍ ଉଦ୍ଧାର ଅଭିଯାନ ବନ୍ଦ କରିଦିଆଯାଇଥିଲା । ତା’ପରେ ଫ୍ଲଡଲାଇଟ୍ ଲଗାଯାଇ ତଳେ ରହି ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ପିଲାମାନେ ଏତେ ସମୟ ଝୁଲି ରହିଥିବାରୁ ସେମାନଙ୍କ ହେଲିକପ୍ଟର ଜରିଆରେ ଖାଦ୍ୟ ଏବଂ ପାଣି, ଔଷଧ ପଠାଯାଇଥିଲା । ଉଦ୍ଧାରକାରୀ ପିଲାମାନଙ୍କୁ ଘାଟିରୁ ବଞ୍ଚାଇବା ପାଇଁ ଜିପଲାଇନକୁ ବ୍ୟବହାର କରିଥିଲେ । ପାକିସ୍ତାନର କାମଚଳ ପ୍ରଧାନମନ୍ତ୍ରୀ ଅନ୍‌ୱାର୍‌-ଉଲ୍‌-ହକ୍‌ କାକର ‘ଏକ୍ସ୍‌’ କରି କହିଛନ୍ତି, ସମସ୍ତ ପିଲାଙ୍କୁ ସଫଳତାର ସହିତ ନିରାପଦରେ ଉଦ୍ଧାର କରାଯାଇଛି। ସେନା, ଉଦ୍ଧାରକାରୀ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ବାସିନ୍ଦାଙ୍କର ସମ୍ମିଳିତ ଉଦ୍ୟମରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

Leave A Reply

Your email address will not be published.