Latest Odisha News

BREAKING NEWS

ଶିକ୍ଷକ ନିଯୁକ୍ତି ଦାବିରେ ତୁଲୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା

ସୁବର୍ଣ୍ଣପୁର: ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ। ସୁବର୍ଣ୍ଣପୁର ଲିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ତୁଲୁଣ୍ଡା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା। ତାଲା ମାରିଲେ ସ୍କୁଲ କମିଟି ସଦସ୍ୟ ସଦସ୍ୟା। ଏହି ବିଦ୍ୟାଳୟରେ ସର୍ବମୋଟ ଆଠଟି ଶ୍ରେଣୀରେ ୨୫୪ ଜଣ ଛାତ୍ରଛାତ୍ରୀ ଥିବାବେଳେ ମାତ୍ର ୬ ଜଣ ଶିକ୍ଷକ ଅଛନ୍ତି।

ଗତ କିଛି ଦିନ ତଳେ ଏଠାରୁ ଦୁଇ ଜଣ ଶିକ୍ଷକଙ୍କୁ ଡେପୁଟେସନରେ ଅନ୍ୟତ୍ର ପଠାଯାଇଥିଲା, କିନ୍ତୁ ଡେପୁଟେସନ କେନସେଲ ପରେ ଜଣେ ଆସି ଆଉ ଜଣେ ବର୍ତ୍ତମାନ ପର୍ଯ୍ୟନ୍ତ ବିଦ୍ୟାଳୟରେ ଯୋଗଦାନ କରି ନାହାଁନ୍ତି। ଯେଉଁଥିପାଇଁ ଛାତ୍ରଛାତ୍ରୀ ପାଠପଢାରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବିଦ୍ୟାଳୟରେ ତାଲା ପଡିଥିଲେ ମଧ୍ୟ କୌଣସି ସରକାରୀ ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚି ନାହାଁନ୍ତି। ଯେତେ ଦିନ ପର୍ଯ୍ୟନ୍ତ ଶିକ୍ଷକ ପଦବୀ ପୁରଣ ନହୋଇଛି ବିଦ୍ୟାଳୟର ତାଲା ଖୋଲାଯିବ ନାହିଁ ବୋଲି ଅଭିଭାବକମାନେ ମତ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.