Latest Odisha News

BREAKING NEWS

ମାଲକାନଗିରିରୁ ଛତିଶଗଡକୁ ଯାତାୟାତ ଠପ୍, ସମସ୍ତ ରାସ୍ତା ସିଲ୍ କଲା ଜିଲ୍ଲା ପ୍ରଶାସନ, ଏପ୍ରିଲ ୩୦ଯାଏଁ ବସ୍ ସେବା ବନ୍ଦ 

ମାଲକାନଗିରି: ମାଲକାନଗିରିରୁ ଛତିଶଗଡକୁ ଯାତାୟାତ ଠପ୍ ହୋଇଛି । କରୋନା ସଂକ୍ରମଣ ବଢୁଥିବାରୁ ମାଲକାନଗିରିଠାରୁ ଛତିଶଗଡକୁ ସଂଯୋଗ ହେଉଥିବା ସମସ୍ତ ରାସ୍ତାକୁ ସିଲ୍ କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଏହାସହ ଏପ୍ରିଲ ୩୦ ପର୍ଯ୍ୟନ୍ତ କୌଣସି ବସ୍ ଛତିଶଗଡରୁ ମାଲକାନଗିରି ଯାତାୟାତ କରିପାରିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି । ମାଲକାନଗିରିରୁ ଛତିଶଗଡ ସହ ସୁକୁମା ଓ ଦୋର୍ନାପାଲକୁ ସଂଯୋଗ କରୁଥିବା ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରାଯାଇଛି ।
ଛତିଶଗଡରୁ ମାଲକାନଗିରି ଫେରୁଥିବା ସମସ୍ତ ଲୋକଙ୍କୁ ୭ଦିନ ହୋମ୍ କ୍ବାରେଣ୍ଟାଇନରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି । ଜରୁରୀ କାମ ନଥିଲେ ଛତିଶଗଡ଼ରେ ପ୍ରବେଶ ନିଷେଧ କରାଯାଇଛି । ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ମାଲକାନଗିରି ସୀମାନ୍ତ ବସ୍ତର ଜିଲ୍ଲାରେ ଆଜିଠାରୁ ଲକଡାଉନ ଘୋଷଣା କରିଛି ପ୍ରଶାସନ ।
Leave A Reply

Your email address will not be published.