Latest Odisha News

BREAKING NEWS

ପୂର୍ଣ୍ଣ କ୍ଷମତାରେ ଚାଲିବ ସମ୍ କୋଭିଡ୍ ହସ୍ପିଟାଲ, ଆଦ୍ୟିତ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍ ପୁନଃ କାର୍ଯ୍ୟକ୍ଷମ

ଭୁବନେଶ୍ୱର: ବଢ଼ୁଥିବା କରୋନା ସଂକ୍ରମଣ ମାମଲାକୁ ଦେଖି ସରକାର ସମ୍ କୋଭିଡ୍ ହସ୍ପିଟାଲକୁ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟକ୍ଷମ କରିଛନ୍ତି । ଏଥିସହ ଆଦିତ୍ୟ ଅଶ୍ୱିନୀ କୋଭିଡ୍ ହସ୍ପିଟାଲକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଛି । ଲଗାତାର ଭୁବନେଶ୍ୱରରେ ଦୁଇ ଦିନ ଧରି ୧୯୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ପରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବିଏମସି ଅଞ୍ଚଳରେ ୧୨୦୦ ଡେଇଁଛି ।

ଭୁବନେଶ୍ୱର ମହାନଗର ନିଗମ ଅନୁସାରେ, ସମରେ ୭୭୫ଟି ବେଡ୍ ଅଛି । ସେଥିମଧ୍ୟରୁ ୫୨୨ଟି ସାଧାରଣ ଶଯ୍ୟା ଓ ସ୍ୱତନ୍ତ୍ର ଶଯ୍ୟା ରହିଥିବା ବେଳେ ୧୨୫ଟି ଆଇସିୟୁ ବେଡ୍, ୧୦୦ଟି ଏଚଡିୟୁ ବେଡ୍ ଓ ୧୨ଟି ଏନଆଇସିୟୁ ଏବଂ ୧୨ଟି ଡାଏଲେସିସ୍ ବେଡ୍ ରହିଛି ।

ସେହିଭଳି ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲରେ ମୋଟ ୧୫୦ଟି ଶଯ୍ୟା ରହିଛି । ଏଥିସହ ପଟିଆ ଓ ଡୁମଡୁମାରେ ୨ଟି କୋଭିଡ୍ କେୟାର ସେଣ୍ଟର କରାଯାଇଛି । ଏଥିରେ ଯଥାକ୍ରମେ ୬୦ ଓ ୪୫ଟି ଶଯ୍ୟା ରହିଛି । ଏଥିସହ ଗତବର୍ଷ ବିଭିନ୍ନ ମେଡିକାଲରେ କରୋନା ଆକ୍ରାନ୍ତଙ୍କ ଲାଗି ହୋଇଥିବା ସୁବିଧାକୁ ପ୍ରସ୍ତୁତ କରି ରଖିବା ଲାଗି ବିଏମସି ନିର୍ଦ୍ଦେଶ ଦେଇଛି ।

Leave A Reply

Your email address will not be published.