Latest Odisha News

ଗଞ୍ଜାମରେ ଜଳଖିଆ ଦୋକାନ ଉପରକୁ ବୋମାମାଡ଼, କର୍ମଚାରୀ ଆହତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ଥିତ ବଡ଼କେଦଣ୍ଡା ଛକରେ ଥିବା ଏକ ଜଳଖିଆ ଦୋକାନ ଉପରକୁ ବୋମାମାଡ଼ ଘଟଣାରେ ଜଣେ ଦୋକାନ କର୍ମଚାରୀ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ ପାଖାପାଖି ରାତି ୯ଟା ୩୦ମି.ସମୟରେ ଜଳଖିଆ ଦୋକାନ ବନ୍ଦ ହୋଇଯାଇଥିଲେ ମଧ୍ୟ ୨ଜଣ କର୍ମଚାରୀ ସେଠାରେ ଠିଆ ହୋଇଥିଲେ। ତେବେ ଅଚାନକ କେହି ଦୁବୃର୍ତ୍ତ ଏହି ସମୟରେ ବୋମାମାଡ଼ କରିଥିଲେ।

ଏହି ଘଟଣାରେ ସେମାନଙ୍କ ମଧ୍ୟରୁ ଜଣେ କର୍ମଚାରୀ ଆହତ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ। ଅନ୍ୟପକ୍ଷରେ ଆହତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ତେବେ ଦୋକାନ ମାଲିକଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Leave A Reply

Your email address will not be published.