Latest Odisha News

BREAKING NEWS

ଗରମ ପାଣି ପଡି ଶିଶୁ ଗୁରୁତର ଘଟଣା: ବହିଷ୍କୃତ ହେଲେ ଅଙ୍ଗନବାଡି କର୍ମୀ ଓ ସହାୟିକା

ସୋନପୁର : ସୋନପୁର ଜିଲ୍ଲା ଜଟିଆପାଲ୍ଲୀ ଅଙ୍ଗନବାଡ଼ି କେନ୍ଦ୍ରର ଏକ ୩ ବର୍ଷର ଶିଶୁକନ୍ୟା ଉପରକୁ ଗରମ ପାଣି ଫିଙ୍ଗିବା ଘଟଣାରେ ଜଣେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ବହିଷ୍କୃତ ହୋଇଛନ୍ତି ।

ଏହି ଘଟଣାରେ ଜିଲ୍ଲା ପ୍ରଶାସନ ଅଙ୍ଗନବାଡ଼ି କେନ୍ଦ୍ରର ସୁପରଭାଇଜରଙ୍କୁ ମଧ୍ୟ ନିଲମ୍ବନ କରିଥିବା ନେଇ ସୂଚନା ମିଳିଛି ।

ମିଳିଥିବା ସୂଚନାନୁଯାୟୀ ଅଙ୍ଗନବାଡ଼ି କେନ୍ଦ୍ରର ସହାୟିକା ଉକ୍ତ ଶିଶୁ କନ୍ୟାଟିର ପ୍ରୀତିମୟୀ ମହାକୁରକୁ ଘରୁ ଡାକି ନେଇଥିଲେ। ପରବର୍ତ୍ତୀ ସମୟରେ ପରିବାର ଲୋକେ ଉକ୍ତ ଶିଶୁଟିକୁ କ୍ଷତବିକ୍ଷତ ଅବସ୍ଥାରେ ଉଦ୍ଧାର କରିଥିବାବେଳେଅଙ୍ଗନବାଡ଼ି କେନ୍ଦ୍ରର ସହାୟିକା ତା’ ଉପରେ ଗରମ ପାଣି ଢାଳି ଦେଇଥିବା ନେଇ ପିଡିତାଙ୍କ ପରିବାର ବର୍ଗ ଅଭିଯୋଗ କରିଥିଲେ।

ତେବେ ତାକୁ ଚିକିତ୍ସା ନିମନ୍ତେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଏବେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି ।

Leave A Reply

Your email address will not be published.