Latest Odisha News

BREAKING NEWS

ହାର୍ଦ୍ଦିକଙ୍କୁ ଟିମରେ ନେବା ସପକ୍ଷରେ ନ ଥିଲେ ରୋହିତ, ଅଗରକର

ନୂଆଦିଲ୍ଲୀ:ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଟିମର ଘୋଷଣା ହୋଇ ସାରିଛି । ତେବେ ଏହି ଟିମ ଚୟନ ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ନେବାକୁ ଅଧିନାୟକ ରୋହିତ ଶର୍ମା ଓ ଚୟନ କମିଟି ମୂଖ୍ୟ ଅଜିତ ଅଗରକର ଚାହୁଁ ନ ଥିଲେ ବୋଲି ରିପୋର୍ଟ ପ୍ରକାଶ ପାଉଛି । ଚୟନ କମିଟି ଚାପରେ ପଡି ହାର୍ଦ୍ଦିକଙ୍କୁ ଦଳରେ ସାମିଲ କରିଥିଲେ । ଏହି ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ଟି୨୦ ବିଶ୍ୱକପ ପରେ ରୋହିତ ଏହି ଫର୍ମାଟରେ ଆଉ ଖେଳି ନ ପାରନ୍ତି । ଖରାପ ଫର୍ମ ସତ୍ୱେ ହାର୍ଦ୍ଦିକଙ୍କ ଚୟନ ନେଇ ମଧ୍ୟ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ସେ ସମୟରେ ଅଗରକର କହିଥିଲେ, ହାର୍ଦ୍ଦିକଙ୍କ ବିକଳ୍ପ ଖେଳାଳି ନ ଥିବାରୁ ତାଙ୍କୁ ଦଳରେ ଚୟନ କରାଯାଇଛି ।

ଲୋୟର ଅର୍ଡରରେ ବିସ୍ଫୋରକ ବ୍ୟାଟିଂ ସହ ସେ ବୋଲିଂରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବେ ବୋଲି ଚୟନ କମିଟି ମୂଖ୍ୟ କହିଥିଲେ । ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ନିୟମିତ ଅଧିନାୟକ ରୋହିତଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଥିଲେ । ବାହାରକୁ ଜଣା ପଡୁ ନ ଥିଲେ ମଧ୍ୟ ଫ୍ରାଂଚାଇଜରଙ୍କ ଏହି ନିଷ୍ପତି ଯୋଗୁ ଟିମ ଦୁଇ ଭାଗ ହୋଇ ଯାଇଥିଲା । ଯାହାର ପ୍ରଭାବ ପ୍ରଦର୍ଶନ ଉପରେ ପଡିଥିଲା । ଏପରିକି ମୁମ୍ବାଇ ପ୍ଲେ ଅଫକୁ ଉନ୍ନୀତ ମଧ୍ୟ ହୋଇପାରି ନ ଥିଲା ।

Leave A Reply

Your email address will not be published.