Latest Odisha News

BREAKING NEWS

‘ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଶି ଓଡିଶାକୁ ବରବାଦ କରୁଛନ୍ତି’

ଭୁବନେଶ୍ବର: ନବୀନ ସରକାରଙ୍କ କାର୍ଯ୍ୟକାଳ ଭିତରେ ଓଡିଶାର କ’ଣ ଉନ୍ନତି ହୋଇଛି । ରାଜ୍ୟରେ ବେକାରୀ ସମସ୍ୟା ଦୃତ ଗତିରେ ବଢିବାରେ ଲାଗିଛି । ବିଜେଡି-ବିଜେପି ମିଶି ଓଡ଼ିଶାକୁ ଧ୍ବଂସ କରିଛନ୍ତି । ତେଣୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ହଟାନ୍ତୁ ବୋଲି କହି ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ବିଜେପି ଓ ବିଜେଡି ଉପରେ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ।

ଖଡ଼ଗେ ଆହୁରି କହିଛନ୍ତି ଯେ, ବିଭିନ୍ନ ସମସ୍ୟା ଦେଇ ଗତି କରୁଛି ଓଡ଼ିଶା । ରାଜ୍ୟରେ ବେକାରୀ ସମସ୍ୟା ଚରମ ସୀମାରେ ପହଞ୍ଚିଛି । ତେବେ ବିଜେଡି ସରକାର ଏତେ ଦିନ ଧରି କ୍ଷମତାରେ ରହି ଓଡିଶା ପାଇଁ କରିଛନ୍ତି କ’ଣ ବୋଲି ପଚାରିଛନ୍ତି ଖଡଗେ । ଶସ୍ତାରେ ଶ୍ରମିକ ମିଳୁଥିବା ରାଜ୍ୟଭାବେ ଓଡିଶା ବେଶ ଜଣାଶୁଣା ବୋଲି ସେ କହିଛନ୍ତି ।

ବିଜେଡି ଓ ବିଜେପିକୁ ଟାର୍ଗେଟ କର କହିଛନ୍ତି, ବେରୋଜଗାରୀ ଦୂର କରିବାକୁ ଉଭୟ ସରକାର ଧ୍ୟାନ ଦେଉନାହାନ୍ତି । ଓଡ଼ିଶାରେ ଦାଦନ ଓ ମହଙ୍ଗାଇ ବଢ଼ିବାରେ ଲାଗିଛି । ଚିଟଫଣ୍ଡ କରି ହରିଲୁଟ କରିଛନ୍ତି ଦୁଇ ସରକାର । ରାଜ୍ୟରେ ବେରୋଜଗାରୀ ଓ ଦାଦନ ଶେଷ କରିବାକୁ ହେଲେ ଏହି ଦୁଇ ଭ୍ରଷ୍ଟ ସରକାରକୁ ହଟାଇବାକୁ ପଡିବ ବୋଲି ଖଡଗେ କହିଛନ୍ତି ।

ମୋଦି କହୁଛନ୍ତି ଅବକି ବାର୍ ୪୦୦ ପାର୍ । ହେଲେ ହେବ କେମିତି ତୁମେ ଆଣିବ କେଉଁଠୁ? ଏବେ ଲୋକେ ଏସବୁ ବୁଝିଗଲେଣି ବର୍ତ୍ତମାନ କଂଗ୍ରେସ ସରକାରକୁ ଆଣିବେ ବୋଲି ମନ ବାନ୍ଧିଲେଣି । ମୋଦିଙ୍କର ଗ୍ୟାରେଣ୍ଟି ଆଉ କିଛି କାମ କରିବନି । ୨୦୦ ରୁ ବି ଅଧିକ ସିଟ୍ ପାଇବନି ବିଜେପି ବୋଲି ଦୃଢତାର ସହ କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ।

Leave A Reply

Your email address will not be published.