Latest Odisha News

BREAKING NEWS

୧୦୦ତମ ଟେଷ୍ଟରେ ରୁଟଙ୍କ ଶତକ: ଇଂଲଣ୍ଡ ୨୬୩/୩

ଚେନ୍ନାଇ: ଏଠାରେ ଆରମ୍ଭ ହୋଇଥିବା ଭାରତ-ଇଂଲଣ୍ଡ ପ୍ରଥମ କ୍ରିକେଟ ଟେଷ୍ଟରେ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ଦଳ ସୁବିଧାଜନକ ସ୍ଥିତିରେ ରହିଛି । କ୍ୟାରିୟରର ୧୦୦ତମ ଆନ୍ତର୍ଜାତୀୟ ଟେଷ୍ଟ ଖେଳୁଥିବା ଜୋ ରୁଟଙ୍କ ଚମତ୍କାର ଶତକ ବଳରେ ଇଂଲଣ୍ଡ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୩ ଉଇକେଟ ବିନିମୟରେ ୨୬୩ ରନ କରିଛି । ରୁଟ ୧୨୮ ରନ କରି ଅପରାଜିତ ରହିଛନ୍ତି ।

ରୟ ବର୍ଣ୍ଣସ ୩୩, ଡମ ସିବଲେ ୮୭ ଓ ଡ୍ୟାନ ଲରେନ୍ସ ଖାତା ଖୋଲି ନ ପାରି ପ୍ୟାଭିଲିୟନ ଫେରି ଯାଇଛନ୍ତି । ଭାରତ ପକ୍ଷରୁ ଯଶପ୍ରୀତ ବୁମରାହ ୨ଟି ଏବଂ ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ଉଇକେଟ ଅକ୍ତିଆର କରିଛନ୍ତି । ଜବରଦସ୍ତ ଫର୍ମରେ ଥିବା ରୁଟ ପ୍ରଥମ ଦିବସରେ ସମ୍ପୂର୍ଣ୍ଣ ଭାବେ ପ୍ରଭାବ ବିସ୍ତାର କରି ଖେଳିଥିଲେ ।

Leave A Reply

Your email address will not be published.