Latest Odisha News

BREAKING NEWS

ରାଉରକେଲାକୁ କୋଭିଡମୁକ୍ତ ପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଉଛି: କମିଶନର

ରାଉରକେଲା: ରାଉରକେଲାରେ କୋଭିଡ୍ ସଂକ୍ରମଣକୁ ରୋକିବା ପାଇଁ ଆବଶ୍ୟକୀୟ ସ୍ଥାନରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଉଛି।

“ଯେଉଁସବୁ ଅଞ୍ଚଳରେ ଟେଷ୍ଟିଂ ବେଳେ ଅଧିକ ସଂଖ୍ୟାରେ ପଜିଟିଭ୍ କେସ୍ ଆସୁଛି ସେହି ସ୍ଥାନରେ ସଂକ୍ରମଣକୁ ରୋକିବାକୁ ରାଉରକେଲା ମହାନଗର ନିଗମ ପକ୍ଷରୁ ଏହି ପଦକ୍ଷେପ ନିଆଯାଉଛି” ବୋଲି କହିଛନ୍ତି କମିଶନର ଦିବ୍ୟଜ୍ୟୋତି ପରିଡ଼ା।

ମାଇକ୍ରୋ କଣ୍ଟେନମେଣ୍ଟର ମୂଳ ଲକ୍ଷ୍ୟ ହେଉଛି ସଂପୃକ୍ତ ଅଞ୍ଚଳକୁ ଏକ ପ୍ରକାର ଆବଦ୍ଧ କରି କିଛିଦିନ ମଧ୍ୟରେ ସମ୍ପୂର୍ଣ୍ଣ କୋଭିଡ୍ ମୁକ୍ତ କରିବା’’, କହିଛନ୍ତି କମିଶନର। ଘର ଘର ବୁଲି ଟେଷ୍ଟିଂ କରିବା ସହ ଯେଉଁ ଜାଗାରେ ପଜିଟିଭ୍ ମାମଲା ଆସୁଛି ସେମାନଙ୍କୁ ଗୃହସଙ୍ଗରୋଧରେ ରଖିବା। ଏହି ସମୟରେ ମହାନଗର ନିଗମ ପକ୍ଷରୁ ରାପିଡ଼୍ ରେସପନ୍ସ ଟିମ୍ ଏବଂ ଅନ୍ୟ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ନିୟୋଜିତ କରି ଲୋକଙ୍କୁ ଆବଶ୍ୟକ ଔଷଧ ଏବଂ ସ୍ୱାସ୍ଥ୍ୟ ପରାମର୍ଶ ଦିଆଯାଉଛି।

ଗତ କିଛିଦିନ ମଧ୍ୟରେ ମହାନଗର ନିଗମର ବିଭିନ୍ନ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଏହି ଅଞ୍ଚଳରେ ସାଧାରଣ ଲୋକଙ୍କ ଯିବା ଆସିବା ଏବଂ ସାଧାରଣ ପରିବହନ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଉଛି। ତେବେ ଲୋକଙ୍କ ଚିକିତ୍ସା ସହିତ ଜରୁରୀ ଆବଶ୍ୟକତାକୁ ନିଗମ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଉଛି।

ରାଉରକେଲା ସହରକୁ କୋଭିଡମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ‘ବ୍ରେକ୍ ଦ ଚେନ୍’ ଅଭିଯାନ ଆରମ୍ଭ କରାଯାଇଛି। ଏଥିପାଇଁ ଭ୍ରାମ୍ୟମାଣ ଟେଷ୍ଟିଂ ବ୍ୟବସ୍ଥା କରାଯାଉଛି। କୋଭିଡ୍ ପଜିଟିଭ୍ ବାହାରୁଥିବା କିମ୍ବା ସଂକ୍ରମଣର ଆଶଙ୍କା ରହିଥିବା ବ୍ୟକ୍ତିଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଉଛି।

ଅପରପକ୍ଷେ କଣ୍ଟେନମେଣ୍ଟ ଜୋନ୍ ଭଳି ଅତି ଜରୁରୀ ପ୍ରଶାସନିକ ପଦକ୍ଷେପକୁ ସ୍ୱାଗତ କରିବାକୁ ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ନଗରବାସୀଙ୍କୁ ଅପିଲ୍ କରିଛନ୍ତି।

Leave A Reply

Your email address will not be published.