Latest Odisha News

BREAKING NEWS

ସ୍ୱଚ୍ଛ ହେବ ଇସ୍ପାତ ନଗରୀ, ପ୍ରତି ଶନିବାର ହେବ ‘ଶନିବାର ସ୍ୱଚ୍ଛାଗ୍ରହ’ କାର୍ଯ୍ୟକ୍ରମ

ରାଉରକେଲା: ଆଜି ସ୍ଥାନୀୟ ଛେଣ୍ଡ କଲୋନୀ ସ୍ଥିତ ଭି. ଏସ.ଏସ. ମାର୍କେଟରେ ରାଉରକେଲା ମହାନଗର ନିଗମ ପକ୍ଷରୁ ‘ଶନିବାର ସ୍ୱଛାଗ୍ରହ’ ନାମରେ ଏକ କ୍ୟାମ୍ପେନ ଆରମ୍ଭ ହୋଇଛି। ସ୍ଵଛ ସର୍ବେକ୍ଷଣ ଅନ୍ତର୍ଗତ ସ୍ଵଛ ବଜାର କାର୍ଯ୍ୟକ୍ରମ ଆଧାରରେ ଏହି କ୍ୟାମ୍ପେନ ଆରମ୍ଭ କରିଛି ମହାନଗର ନିଗମ।

ସ୍ୱଚ୍ଛତା ଓ ସ୍ଵଛ ସର୍ବେକ୍ଷଣ – ୨୦୨୧ ସମ୍ପର୍କରେ ବ୍ୟାପକ ଜନ ସଚେତନତା ସୃଷ୍ଟି ଓ ବଜାର ଅଂଚଳରେ ସ୍ୱଚ୍ଛତା ବଜାୟ ରଖିବା ଲାଗି ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଆଜି ସକାଳୁ ରାଉରକେଲା ମହାନଗର ନିଗମର ଉପାୟୁକ୍ତ ସୁଧାଂଶୁ କୁମାର ଭୋଇଙ୍କ ନେତୃତ୍ୱରେ ନିଗମର ବହୁ ଅଧିକାରୀ ତଥା କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ପ୍ରତି ଶନିବାର ଦିନ କାର୍ଯ୍ୟାଳୟ ବନ୍ଦ ରହୁଥିବାରୁ ସେହିଦିନ ନିଗମର ଅଧିକାରୀ ତଥା କର୍ମଚାରୀ ମାନେ ସକାଳୁ ସକାଳୁ ଶ୍ରମଦାନ କରି ବଜାର ଅଂଚଳରେ ସଫେଇ କରିବା ସାଙ୍ଗକୁ ସ୍ୱଚ୍ଛତା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବେ । ବିଶେଷ କରି ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବର୍ଜନ, ଓଦା ଓ ଶୁଖିଲା ଆବର୍ଜନାକୁ ଅଲଗା କରି ଦୁଇଟି ଡ଼ଷ୍ଟବିନରେ ରଖିବା, ନିଜ ଅଂଚଳକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ଅଳିଆ ଆବର୍ଜନା ଇତ୍ୟାଦି ବାହାରେ ନ ପକାଇ ସଫେଇ କର୍ମଚାରୀ ଙ୍କୁ ହିଁ ପ୍ରଦାନ କରିବା, ସ୍ଵଛ ସର୍ବେକ୍ଷଣ – ୨୦୨୧ ରେ ଅଂଶଗ୍ରହଣ କରି ନିଜ ସ୍ମାର୍ଟ ଫୋନରେ ସ୍ୱଚ୍ଛତା ଆପ ଡାଉନଲୋଡ କରି ସ୍ୱଚ୍ଛତା ସମ୍ପର୍କିତ ସମସ୍ୟାର ସମାଧାନ ନିମନ୍ତେ ଜଣାଇବା ଇତ୍ୟାଦି ସମ୍ପର୍କରେ ଜନ ସାଧାରଣଙ୍କୁ ସଚେତନ କରାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ।

Comments are closed.