Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ବଜାର ମଝିରେ ବୁଲେଟରେ ନିଆଁ ଲାଗି ଶକ୍ତିଶାଳୀ ବିସ୍ଫୋରଣ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲ୍ଲାରେ ବୁଲେଟ୍ ଗାଡିରେ ନିଆଁ ଲାଗିବା ସହ ବିସ୍ଫୋରଣ ଘଟିବାର ଭିଡିଓଟି ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି

ନୂଆଦିଲ୍ଲୀ: ବେଶ କିଛିଦିନ ଧରି ସୋସିଆଲ୍ ମିଡିଆରେ ଇଲେକ୍ଟ୍ରିକ୍ ଗାଡିରେ ନିଆଁ ଲାଗିବା ଘଟଣା ଚର୍ଚ୍ଚା ସାଉଣ୍ଟିଥିଲା । ହେଲେ ନିକଟରେ ଗୋଟିଏ ରୟାଲ ଏନ୍‌ଫିଲ୍ଡ ଗାଡିରେ (ବୁଲେଟ୍‌) ନିଆଁ ଲାଗି ବିସ୍ଫୋରଣ ଘଟିବା ଅନେକଙ୍କୁ ତାଜୁବ୍ କରିଛି ।

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲ୍ଲାରେ ବୁଲେଟ୍ ଗାଡିରେ ନିଆଁ ଲାଗିବା ସହ ବିସ୍ଫୋରଣ ଘଟିବାର ଭିଡିଓଟି ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ମିଳିଥିବା ରିପୋର୍ଟ ଅନୁଯାୟୀ ରବିଚନ୍ଦ୍ର ନାମକ ଜଣେ ବ୍ୟକ୍ତି ଆଜି ଏକ ନୂଆ ବୁଲେଟ୍ ଗାଡି କିଣିଥିଲେ । ଗାଡି କିଣି ସେ ଅବିରତ ଭାବେ ମହୀଶୁରରୁ ପ୍ରାୟ ୩୮୭ କି.ମି ବାଇକ୍ ଚଳାଇ ଗୁଣ୍ଟାକଲ୍ ମଣ୍ଡଳ ସ୍ଥିତ ନେତ୍ତିକାନ୍ତି ଅଂଜନେୟା ସ୍ୱାମୀ ମନ୍ଦିରରେ ପହଂଚିଥିଲେ ।

ଗାଡି ରଖି ମନ୍ଦିରକୁ ପ୍ରବେଶ କରିବା ମାତ୍ରେ ରବିଚନ୍ଦ୍ରଙ୍କ ଗାଡିରେ ହଠାତ୍ ନିଆଁ ଲାଗିଯାଇଥିଲା । ପ୍ରଥମେ ଗାଡିରେ ନିଆଁ ଲାଗିବା ପରେ ପେଟ୍ରୋଲ୍ ଟାଙ୍କି ଘଟାଇଥିଲା ଶକ୍ତିଶାଳୀ ବିସ୍ଫୋରଣ । ବିସ୍ଫୋରଣରେ ଗାଡିଟି ସମ୍ପୁ୍‌ର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲାବେଳେ ସ୍ଥାନୀୟ ଲୋକେ ପାଣି ପକାଇ ନିଆଁକୁ କାବୁ କରିଥିଲେ । ତେବେ ଏଥିରେ କେହି ମୃତାହତ ହୋଇନଥିଲାବେଳେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନି ।

 

Leave A Reply

Your email address will not be published.