Latest Odisha News

BREAKING NEWS

୧,୧୦୯ କୋଟିର ବ୍ୟାଙ୍କ ଠକେଇ ମାମଲା: ଗୁପ୍ତା ପାୱାର ଇନଫ୍ରାଷ୍ଟ୍ରକ୍ଚର ଉପରେ ସିବିଆଇର ବଡ଼ ଚଢ଼ାଉ

ଭୁବନେଶ୍ୱର: ୧,୧୦୯ କୋଟିର ବ୍ୟାଙ୍କ ଠକେଇ ମାମଲା । ଗୁପ୍ତା ପାୱାର ଇନଫ୍ରାଷ୍ଟ୍ରକ୍ଚର ଉପରେ ସିବିଆଇର ବଡ଼ ଚଢ଼ାଉ କରାଯାଇଛି । ଭୁବନେଶ୍ୱରରେ ରୁଜୁ ହୋଇଥିବା ମାମଲାକୁ ଆଧାର କରି ଓଡ଼ିଶା, ପଶ୍ଚିମବଙ୍ଗ, ତାମିଲନାଡୁ ଓ ଉତ୍ତରାଖଣ୍ଡର ମୋଟ ୬ଟି ସ୍ଥାନରେ ଏକକାଳୀନ ତଲାସି କରାଯାଇଛି ।

ସିବିଆଇ ତଦନ୍ତରେ କମ୍ପାନୀ ଷ୍ଟକ୍‌ର ମୂଲ୍ୟ ଓ ଟ୍ରେଡ୍ ରିସିଭେବଲ୍‌ସକୁ କୃତ୍ରିମ ଭାବେ ବଢ଼ାଇ ଦେଖାଇବା, ଜାଲିଆତି ଆର୍ଥିକ ବିବରଣୀ ଦେଇ ଅଧିକ ଋଣ ହାସଲ କରିବା, ଋଣ ଅର୍ଥର ଅପବ୍ୟବହାର ଓ ଏଭରଗ୍ରିନିଂ ମାଧ୍ୟମରେ ବ୍ୟାଙ୍କକୁ କ୍ଷତି ପହଞ୍ଚାଇଥିବା ଅଭିଯୋଗ ରହିଛି ।

ଚଢ଼ାଉ ବେଳେ କମ୍ପାନୀର ୪ ନିର୍ଦ୍ଦେଶକଙ୍କ ବାସଭବନ, କୋଲକାତାର ପଞ୍ଜିକୃତ କାର୍ଯ୍ୟାଳୟ, ଉତ୍ତରାଖଣ୍ଡର କାଶୀପୁର, ତାମିଲନାଡୁର ତିରୁଭାଲ୍ଲୁର ଏବଂ ଭୁବନେଶ୍ୱରର ୩ଟି ୟୁନିଟ୍‌ରେ ତଲାସି କରାଯାଇଛି । ଚଢ଼ାଉ ବେଳେ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ ହୋଇଥିବା ବେଳେ ମାମଲାର ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.