Latest Odisha News

ପାରାଦୀପ ପିଆଇସିଟି ବର୍ଥର ଜାହାଜରୁ କୋକେନ ଜବତ ଘଟଣା: ଅଟକ କ୍ରିୟୁ ମେମ୍ବରଙ୍କ ଆତ୍ମହତ୍ୟା ଉଦ୍ୟମ

ପାରାଦୀପ: ନୂଆ ମୋଡ ନେଇଛି ପାରାଦୀପ ପିଆଇସିଟି ବର୍ଥର ଜାହାଜରୁ କୋକେନ ଜବତ ଘଟଣା । କୋକେନ ଘଟଣାରେ ଅଟକ ଥିବା କ୍ରିୟୁ ମେମ୍ବର ବୁଇ ଙ୍କୁ ହୁ ସମୁଦ୍ରକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବନ୍ଦରର ଆଙ୍କରେଜ ଏରିଆରେ ଏଭଳି ଘଟଣା ଘଟିଛି । ତାଙ୍କର ହାତ କଟା ଯାଇଥିବା ଅବସ୍ଥାରେ ସେ ସମୁଦ୍ରକୁ ଡେଇଁଥିଲେ । ଆଜି ସକାଳେ ଏଭଳି ଘଟଣା ଦେଖିବାକୁ ମିଳିଛି । ପରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ‌ହେଲେ ଗୁରୁତର ଅବସ୍ଥାରେ ପରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ, ଏହି ସଦସ୍ୟ ଜଣଙ୍କ ହେଉଛନ୍ତି ଭିଏତନାମ ର ନାଗରିକ । ଦେବୀ ଜାହାଜରେ ପିଆଇସିଟି କମ୍ପାନୀର ବର୍ଥକୁ ପଣ୍ୟ ନେବାପାଇଁ ଆସିଥିଲେ | ଗତ ଡିସେମ୍ବର ୧ ତାରିଖ ରେ ଜାହାଜ ରୁ ୨୨୦ କୋଟି ଟଙ୍କାର କୋକେନ ଜବତ ହେବାପରେ ଏବେ ୨୧ଜଣ କ୍ରିୟୁ ମେମ୍ବର ଙ୍କୁ ଅଟକ ରଖାଯିବା ସହ ଜାହାଜକୁ ଜବତ କରିଛି କଷ୍ଟମ ବିଭାଗ | ତେବେ କଷ୍ଟମ ବିଭାଗ ଜାହାଜକୁ ଆଙ୍କରେଜ ଏରିଆରେ ଅଟକ ରଖିଥିବା ବେଳେ କିଭଳି ଏହି କ୍ରିୟୁ ମେମ୍ବର ନିଜର ହାତ କାଟିଲେ ଓ ସମୁଦ୍ର ଭିତରକୁ ଡେଇଁଲେ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଷ୍ଟିଲ ପ୍ଲେଟ ଲୋଡ଼ ବେଳେ କ୍ରେନ ଅପରେଟର ଜାହାଜରେ କିଛି ପ୍ଲାଷ୍ଟିକ ପ୍ୟାକେଟ ସନ୍ଦିଗ୍ଧ ଅବସ୍ଥାରେ ରହିଥିବା ଦେଖିବାକୁ ପାଇଥିଲେ । ଏନେଇ ସେ ବନ୍ଦର କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ କଷ୍ଟମ୍ସ ବିଭାଗର ଅଧିକାରୀ ଏହି ପ୍ୟାକେଟକୁ ଯାଞ୍ଚ କଲା ବେଳେ ସେଥିରେ ଧଳା ପାଉଡ଼ର ଭଳି ପଦାର୍ଥ ଥିବା ଜଣାପଡ଼ିଥିଲା । ସନ୍ଦେହରେ ଭୁବନେଶ୍ବରରୁ ଡ୍ରଗ ଡିଟେକ୍ସନ ଟିମକୁ ଯୋଗାଯୋଗ କରିବା ପରେ ଏହା ମାରାତ୍ମକ ନିଶାଦ୍ରବ୍ୟ କୋକେନ ବୋଲି ଜଣାପଡିଥିଲା ।

Leave A Reply

Your email address will not be published.