Latest Odisha News

BREAKING NEWS

କୃଷକ ଉତ୍ପାଦକ ସଂଗଠନ ଲାଗି ୩୧୩.୬୧ କୋଟି ମଞ୍ଜୁର କଲା କ୍ୟାବିନେଟ୍

ଭୁବନେଶ୍ୱର: ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ କୃଷକ ଉତ୍ପାଦକ ସଂଗଠନ ଲାଗି ୫ ବର୍ଷ ପାଇଁ ୩୧୩.୬୧ କୋଟି ମଞ୍ଜୁର କରାଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷରୁ ୨୦୨୭-୨୮ ଆର୍ଥିକ ବର୍ଷ ମଧ୍ୟରେ ଏହି ଅର୍ଥ କୃଷକ ଉତ୍ପାଦକ ସଂଗଠନକୁ ସହାୟତା ଭାବେ ମିଳିବ ।

କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସହାୟତା ସହ ଭିତ୍ତିଭୂମି ବିକାଶରେ ସହଯୋଗ ଲାଗି କୃଷକ ଉତ୍ପାଦକ ସଂଗଠନ କାମ କରିବ । ଆଗାମୀ ୫ ବର୍ଷରେ ୧ ହଜାରରୁ ଅଧିକ କୃଷକ ଉତ୍ପାଦକ ସଂଗଠନ ୩ ଲକ୍ଷରୁ ଅଧିକ ଚାଷୀଙ୍କୁ ସହାୟତା କରିବା ଦିଗରେ ଏହି ଯୋଜନା କରାଯାଇଛି ।

ଏହା ଦ୍ୱାରା ଚାଷୀ ସେମାନଙ୍କ ଉତ୍ପାଦିତ ଖାଦ୍ୟ ଶସ୍ୟକୁ ଉଚିତ୍ ମୂଲ୍ୟରେ ବିକ୍ରି କରିବା ସହ ଅଧିକ ଆୟ କରି ପାରିବେ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.