Latest Odisha News

BREAKING NEWS

ଦୁଷ୍କର୍ମରୁ ବର୍ତ୍ତିଲେ ଯୁବତୀ: ଚଳନ୍ତା ବସ ମଧ୍ୟରେ ଯୁବତୀଙ୍କୁ ଅସଦାଚରଣ କରି କଣ୍ଡକ୍ଟର ଗିରଫ

କେନ୍ଦୁଝର : ଭୁବନେଶ୍ୱରରେ ଟିକଟ କାଟି ବସ ଭିତରେ ବସିବା କ୍ଷଣି ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଛନ୍ତି ଜଣେ ବସ କଣ୍ଟକ୍ଟର । ତେବେ ଚଳନ୍ତା ବସ ମଧ୍ୟରେ ଯୁବତୀଙ୍କୁ ଅସଦାଚରଣ କରି ଗିରଫ ହୋଇଛନ୍ତି ବସ କଣ୍ଡକ୍ଟର ଜଣକ ।

ସୋମବାର ଅପରାହ୍ନ ସମୟରେ ଏହି ଘଟଣାଟି ଘଟିଛି ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ । କେନ୍ଦୁଝର ଯିବାକୁ ଟିକଟ କାଟି ବସ ଭିତରେ ଯୁବତୀଜଣକ ବସରେ ବସିଥିଲେ । କେହି ଯାତ୍ରୀ ନଥିବାର ସୁଯୋଗ ନେଇ କଣ୍ଡକ୍ଟର ଜଣକ ଯୁବତୀଙ୍କୁ ବସ ଭିତରେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ଅନ୍ୟଯାତ୍ରୀମାନେ ବସରେ ଉଠିବାରୁ କଣ୍ଟକ୍ଟର ଜଣକ ତାଙ୍କୁ ଅସଦାଚରଣ କରି ଛାଡ଼ିଦେଇଥିଲେ ।

କେନ୍ଦୁଝରରେ ପହଞ୍ଚିବା ପରେ ଯୁବତୀ ଜଣକ ତାଙ୍କ ପରିବାର ଲୋକଙ୍କୁ ଜଣାଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ କେନ୍ଦୁଝର ପୋଲିସ ତୁରନ୍ତ ଅଭିଯୁକ୍ତ କଣ୍ଡକ୍ଟରକୁ ଗିରଫ କରିଛନ୍ତି । ଏବେ ସାରା ଭାରତରେ ଦୁଷ୍କର୍ମ ଜନିତ ଅପରାଧ ବୃଦ୍ଧି ଘଟୁଥିବା ବେଳେ ଏହି ଘଟଣାଟି ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.