Latest Odisha News

BREAKING NEWS

ଗୁଜବରେ ପଡ଼ିଲା ପୂର୍ଣ୍ଣଛେଦ, ଏସସିଓ ସମ୍ମିଳନୀ ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲେ ଜିନ୍ ପିଙ୍ଗ୍

ବେଜିଂ: ଏସସିଓ ଶିଖର ସମ୍ମିଳନୀରୁ ଫେରିବା ପରେ ମଙ୍ଗଳବାର ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରଥମ ଥର ପାଇଁ ସର୍ବସାଧାରଣକୁ ଆସିଛନ୍ତି। ଚାଇନାର ସରକାରୀ ଟେଲିଭିଜନ ଅନୁଯାୟୀ, ସି ଜିନପିଙ୍ଗ ଉଜବେକିସ୍ତାନରୁ ଫେରିବା ପରେ ପ୍ରଥମ ଥର ପାଇଁ ଲୋକଙ୍କ ସାମ୍ନାକୁ ଆସିଛନ୍ତି। ସେ ଏସସିଓ ସମ୍ମିଳନୀରୁ ଫେରିବା ପରେ ତାଙ୍କର କୌଣସି ଖୋଜ୍ ଖବର ମିଳିନଥିଲା ତେଣୁ ତାଙ୍କୁ ସେନା ପକ୍ଷରୁ ଗୃହବନ୍ଦୀ କରାଯାଇଥିଲା ବୋଲି ଚର୍ଚ୍ଚା ହେଉଥିଲା।

BjdElectrycity

ଆସନ୍ତା ମାସରେ କମ୍ୟୁନିଷ୍ଟ ପାର୍ଟିର ଏକ ବୈଠକ ଅନୁଷ୍ଠିତ ହେବ । ଯେଉଁଥିରେ ସି ଜିନପିଙ୍ଗ କ୍ରମାଗତ ତୃତୀୟ ଥର ପାଇଁ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବେ । ଏହା ବ୍ୟତୀତ ସେ ପିଏଲଏର ସଭାପତି ମଧ୍ୟ ରହିବେ। କୁହାଯାଉଛି ଯେ ସି ଜିନପିଙ୍ଗଙ୍କୁ Mao Zedongଙ୍କ ପରେ ସର୍ବଶ୍ରେଷ୍ଠ ନେତା ମାନ୍ୟତା ଦିଆଯିବ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ସି ଜିନପିଙ୍ଗ ଚୀନ୍‌ରେ ଜଣେ ଶକ୍ତିଶାଳୀ ନେତା ଏବଂ ତାଙ୍କ ଶାସନ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବାକୁ ଯାଉଛି।

ଉଜବେକିସ୍ତାନରୁ ସି ଜିନପିଙ୍ଗ ଫେରିବା ପରେ କୁହାଯାଉଥିଲା ଯେ ଯେ ତାଙ୍କୁ ପିପୁଲ୍ସ ଲିବରେସନ୍ ଆର୍ମି ଦ୍ୱାରା ଗିରଫ କରାଯାଇଥିଲା। ଏହାକୁ ନେଇ ସାରା ବିଶ୍ୱର ନଜର ରହିଥିଲା। କିନ୍ତୁ ପରେ ଜଣାପଡିଚି ​​ଯେ ସେ ବିଦେଶ ଗସ୍ତରୁ ଫେରିବା ପରେ ଘରେ ସଙ୍ଗରୋଧରେ ଥିଲେ। କିନ୍ତୁ କେହି କେହି ଦାବି କରିଥିଲେ ଯେ ବେଜିଂ ଏବଂ ଏହାର ନିକଟବର୍ତ୍ତୀ ସହରକୁ ବିମାନ ଯିବା ଆସିବା କମାଇ ଦିଆଯାଇଛି। ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା, ଯେଉଁଥିରେ ପିପୁଲ୍ସ ଲିବପେସନ ଆର୍ମି ଗାଡି ଯାଉଥିବା ଦେଖିବାକୁ ମିଳିଥିଲା | ଏହି ଭିଡିଓ ଜରିଆରେ ଦାବି କରାଯାଉଥିଲା ଯେ ଚୀନ୍ ସେନା ବେଜିଂ ଆଡକୁ ଯାଉଛି।

ତେବେ ଏ ଗୁଜବ ମିଥ୍ୟା ବୋଲି ପ୍ରମାଣିତ ହୋଇଛି। ସି ଜିନପିଙ୍ଗ ଉଜବେକିସ୍ତାନରେ ଅନୁଷ୍ଠିତ ଏସସିଓ ବୈଠକରେ ସାମିଲ ହୋଇଥିଲେ। ଏହି ବୈଠକରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମେତ ବହୁ ରାଜ୍ୟର ମୁଖ୍ୟ ଉପସ୍ଥିତ ଥିଲେ। ହେଲେ ସେ ଫେରିବା ପରେ ଘରେ ରହିଥିଲେ ଏହାର କାରଣ ଥିଲା ଯେ ସେ ଜିରୋ କୋଭିଡ ନୀତି ପାଳନ କରୁଥିଲେ। ଏବେ ଘରେ ରହିବା ଅବଧି ଶେଷ ହୋଇଛି।

Leave A Reply

Your email address will not be published.