Latest Odisha News

ବନ ବିଭାଗ ହାତରେ ଧରାପଡିଲା ଜଙ୍ଗଲୀ ଭାଲୁ

ନବରଙ୍ଗପୁର: ୫ଜଣ ବନ ଅଧିକାରୀଙ୍କ ମିଳିତ ଟିମ ଏକ ଜଙ୍ଗଲୀ ଭାଲୁକୁ ଧରିବାରେ ସଫଳ ହୋଇଛନ୍ତି । ଭାଲୁଟି ନବରଙ୍ଗପୁର ଜିଲ୍ଲାର ଦହଣା ଓ ଅନ୍ତସରା ଗ୍ରାମବାସୀଙ୍କୁ ହଇରାଣ କରୁଥିଲା । ବିଭାଗୀୟ ବନ ଅଧିକାରୀ(ଡିଏଫଓ)ଙ୍କ ଦ୍ୱାରା ଗଠିତ ଟିମ୍ ଗତ ୪ଦିନ ଧରି ଭାଲୁକୁ ଧରିବାକୁ ଚେଷ୍ଟା କରୁଥିଲେ ।

ଭାଲୁର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜଙ୍ଗଲରେ ଛଡାଯିବ ବୋଲି ବନ ଅଧିକାରୀ କହିଛନ୍ତି । ଜଙ୍ଗଲୀ ଭାଲୁ ଗ୍ରାମବାସୀଙ୍କୁ ହଇରାଣ କରୁଥିବାରୁ ସେମାନେ ସହାୟତା ପାଇଁ ଡିଏଫଓଙ୍କୁ ସଂପର୍କ କରିଥିଲେ ।

Leave A Reply

Your email address will not be published.