ନୂଆଦିଲ୍ଲୀ: ଛୋଟ ପରଦାର ଅଭିନେତ୍ରୀ ରୁପାଲି ଗାଙ୍ଗୁଲୀ ହିନ୍ଦି ସମେତ ଅନ୍ୟାନ୍ୟ ଭାଷାରେ ବିଭିନ୍ନ ଧାରାବାହିକରେ ଅଭିନୟ କରି ଘରେ ଘରେ ବେଶ୍ ପରିଚିତ । କିନ୍ତୁ ଏବେ ଟିଭିର ସବୁଠାରୁ ଲୋକପ୍ରିୟ ଧାରାବାହିକ ‘ଅନୁପମା’ ତାଙ୍କର ଭାଗ୍ୟକୁ ବଦଳାଇ ଦେଇଛି । ସମ୍ପ୍ରତି ସେ ପାଲଟି ଯାଇଛନ୍ତି ଟିଭି ପରଦାର ସବୁଠାରୁ ଦାମୀ ଅଭିନେତ୍ରୀ । ଏଥିରେ ସେ ଜଣେ ଗୃହିଣୀ ଭୂମିକାରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି ।
ଧାରାବାହିକ ‘ଅନୁପମା’ର ମୁଖ୍ୟ ଚରିତ୍ରରେ ଦମ୍ଦାର ଅଭିନୟ କରିଛନ୍ତି ରୁପାଲି । କୁହାଯାଉଛି ଧାରାବାହିକର ଚରିତ୍ର ପୁରାପୁରି ଫିଟ୍ ହୋଇଛି ରୁପାଲିଙ୍କୁ । ଲାଗୁଛି ଯେପରି ଏହି ଚରିତ୍ରଟି କେବଳ ଏହି ଅଭିନେତ୍ରୀଙ୍କ ପାଇଁ ତିଆରି ହୋଇଛି । ମୋଟ ଉପରେ ‘ଅନୁପମା’ରେ ଅଭିନୟ ତାଙ୍କର ଲୋକପ୍ରିିୟତାକୁ ଦ୍ୱିଗୁଣିତ କରି ଦେଇଛି । ସେ ଏହି ଧାରାବାହିକର ପ୍ରତ୍ୟେକ ଏପିସୋଡ଼ ପାଇଁ ୩ ଲକ୍ଷ ଟଙ୍କାର ପାରିଶ୍ରମିକ ନେଉଛନ୍ତି । ଆଗରୁ ସେ ଗୋଟେ ଏପିସୋଡ଼କୁ ଦେଢ ଲକ୍ଷ ଟଙ୍କା ନେଉଥିଲେ । ଏହି ଧାରାବାହିକର ଲୋକପ୍ରିୟତା ବଢିବା ସହିତ ତାଙ୍କର ମଧ୍ୟ ଚାହିଦା ବି ବଢିଛି । ଏହି ଖୁସିରେ ସେ ଏକ ନୂଆ ମର୍ସିଡିଜ୍ କାର କିଣିଛନ୍ତି । ରୁପାଲି ମାତ୍ର ୪ ବର୍ଷ ବୟସରୁ ଅଭିନୟ ଦୁନିଆରେ ପାଦ ଦେଇଛନ୍ତି । ସେ ‘ସାରାଭାଇ ଭରସେସ୍ ସାରାଭାଇ’, ‘ବା, ବୋହୁ ଓ୍ୟୌର ବିବି’ , ‘ପରବରିସ’, ‘କୁଛ ଖଟ୍ଟି କୁଛ ମିଠି’ ଭଳି ସିରିଏଲରେ ତାଙ୍କର ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଏହା ପରେ ସେ ଲମ୍ବା ସମୟ ଧରି ଟିଭି ଦୁନିଆରୁ ଦୂରେଇ ରହିଥିଲେ । ଦୀର୍ଘ ସାତ ବର୍ଷ ପରେ ପୁଣି ୨୦୨୧ରେ ଅନୁପମା ଧାରାବାହିକରେ ଫେରି ନିଜର ଅଭିନୟର ଯାଦୁ ଦେଖାଇଛନ୍ତି ।
BREAKING NEWS
- IITF-2026: ଓଡ଼ିଶାର ପ୍ରାକୃତିକ ‘ଖଜୁରୀ ଗୁଡ଼’ ପାଇଁ ଦର୍ଶକଙ୍କ ଆଗ୍ରହ; ପାଭିଲିୟନରେ ବିକ୍ରି ଅତିକ୍ରମ କଲା ୧୮ ଲକ୍ଷ ଟଙ୍କା
- ପ୍ରାରମ୍ଭିକ ୧୬ ଟେଷ୍ଟରେ ସର୍ବାଧିକ ବିଜୟ ସହ ରେକର୍ଡ କଲେ ବାଭୁମା
- ଫିଲିପ୍ସ ଓ ନିକୋଲ୍ସଙ୍କ ଅପରାଜିତ ୧୭୩ ରନ୍ ଭାଗିଦାରୀ: ନ୍ୟୁଜିଲାଣ୍ଡ ୨୪୩/୫
- Cyclone Akvan: ବାତ୍ୟା ଅକୱାନ ପାଇଁ ୧.୦୫ ଲକ୍ଷ ଲୋକ ସ୍ଥାନାନ୍ତରଣ, ୯୦୦୦ ଆଶ୍ରୟସ୍ଥଳୀ…
- Cyclone Akvan: ଆସୁଛି ବାତ୍ୟା; ଓଡ଼ିଶାରେ ପ୍ରବଳ ବର୍ଷା, ୭ ଜିଲ୍ଲାରେ ବନ୍ୟା ଆଶଙ୍କା…
- PUC New Rule 2026: ପଲ୍ୟୁସନ ପ୍ରମାଣପତ୍ର ନେଇ ବଡ ଖବର…୩ବର୍ଷ ଯାଏ କରିବାକୁ ପଡିବନି ରିନ୍ୟୁ, ଆଜିଠୁ ଲାଗୁ
- Cyclone Akvan: ପାଗ ଦେଖି ପୁରୀ ଆସିବାକୁ ନିବେଦନ କଲେ SJTA
- GTA 6 Launch:୧୩ ବର୍ଷର ଅପେକ୍ଷା ପରେ GTA 6 ରିଲିଜ; ଭାରତ ସମେତ ସମଗ୍ର ବିଶ୍ୱରେ ଏତେ କ୍ରେଜ କାହିଁକି ଜାଣନ୍ତୁ…
- Religious Population Projection: ୫୦ ବର୍ଷ ପରେ କେମିତି ରହିବ ଭାରତର ଜନସଂଖ୍ୟା? ହିନ୍ଦୁଙ୍କ ଅନୁପାତ କମିବ, ମୁସଲିମ୍ ଜନସଂଖ୍ୟା ବଢିବ! ରିପୋର୍ଟରେ ବଡ ଆକଳନ…
- ସକାଳ ୬ରେ ‘ଓମ୍’ ସ୍କ୍ରିନିଂ ପାଇଁ ମିଳିଲା ଅନୁମତି, ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଧନ୍ୟବାଦ ଦେଲେ ଧନୁଷ
Comments are closed.