Latest Odisha News

BREAKING NEWS

ପ୍ରତିରକ୍ଷା କ୍ଷେତ୍ରରେ ୫୮୬ କୋଟି ଟଙ୍କାର ବଡ଼ ଚୁକ୍ତି :କାହିଁକି ଭାରତୀୟ ସେନା ପାଇଁ ଗୁରୁତ୍ୱପୂର୍ଣ୍ଣ ?

ନୂଆଦିଲ୍ଲୀ: ଭାରତୀୟ ସେନାର ଯୁଦ୍ଧ କ୍ଷମତା, ଯାନ୍ତ୍ରିକ ପ୍ରସ୍ତୁତି ଓ ନିରବଚ୍ଛିନ୍ନ ସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ପ୍ରମୁଖ ପଦକ୍ଷେପ ଗ୍ରହଣ କରିଛି। ସୋଭିଏତ୍-ଡିଜାଇନ୍ ହୋଇଥିବା T-72 (ଅଜେୟ) ଏବଂ T-90 (ଭୀଷ୍ମ) ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ ପାଇଁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅକ୍ସିଲିଆରୀ ପାୱାର ୟୁନିଟ୍ ବା (APU) କ୍ରୟ କରିବାକୁ ମନ୍ତ୍ରଣାଳୟ ‘ଆକ୍ୟୁରେଟ୍ ଇଣ୍ଡଷ୍ଟ୍ରିଆଲ୍ କଣ୍ଟ୍ରୋଲ୍ସ ପ୍ରାଇଭେଟ୍ ଲିମିଟେଡ୍’ ସହିତ ୫୮୬ କୋଟି ଟଙ୍କାର ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର କରିଛି। ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହଙ୍କ ଉପସ୍ଥିତିରେ ଏହି ଦ୍ୱିପାକ୍ଷିକ ଚୁକ୍ତି ସମ୍ପାଦିତ ହୋଇଛି। ନଜର ପକେଇବା ଏହି ଚୁକ୍ତି ଭାରତୀୟ ସେନା ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ?

ମୁଖ୍ୟ ଇଞ୍ଜିନ୍ ଉପରେ ଚାପ ହ୍ରାସ- APU ହେଉଛି ଏକ ବୈକଳ୍ପିକ ବୈଦ୍ୟୁତିକ ଶକ୍ତି ଉତ୍ସ, ଯାହା ଟ୍ୟାଙ୍କର ମୁଖ୍ୟ ଇଞ୍ଜିନ୍ ବନ୍ଦ ଥିବା ସମୟରେ ମଧ୍ୟ ଏହାର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସିଷ୍ଟମ୍‌ଗୁଡ଼ିକୁ ଚାଲୁରଖେ । ଏହାଦ୍ୱାରା ମୁଖ୍ୟ ଇଞ୍ଜିନର ସ୍ଥାୟୀତ୍ୱ ବୃଦ୍ଧି ପାଇବ ।

ଯୁଦ୍ଧ କ୍ଷମତା, ସୁରକ୍ଷା ଓ ଶବ୍ଦ ହ୍ରାସ : ଏହି ୟୁନିଟ୍ ଟ୍ୟାଙ୍କର ଫାୟାର କଣ୍ଟ୍ରୋଲ ସିଷ୍ଟମ, ଫାୟାରିଂ ସର୍କିଟ୍, ଗନ୍ ଷ୍ଟାବିଲାଇଜେସନ, ଏବଂ ନାଇଟ୍ ଭିଜନ୍ ଭଳି ଆବଶ୍ୟକୀୟ ଉପକରଣକୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଇବ। ଫଳରେ ଟ୍ୟାଙ୍କ ସ୍ଥିର ଥିବାବେଳେ ଇଞ୍ଜିନ୍ ବନ୍ଦ ରଖି ଶବ୍ଦ ନ କରି ଗୋଳାବାରୁଦ ନିକ୍ଷେପ କରିବା ଓ ଶତ୍ରୁ ଉପରେ ନଜର ରଖିବା ସହଜ ହେବ।

ସୀମା ସୁରକ୍ଷାରେ ନିର୍ଭରଯୋଗ୍ୟତା: ପଶ୍ଚିମ ଓ ଉତ୍ତର ସୀମାରେ ନିୟୋଜିତ T-72 ଓ T-90 ଟ୍ୟାଙ୍କଗୁଡ଼ିକ ଭାରତୀୟ ସେନାର ପ୍ରମୁଖ ଶକ୍ତି। ଏହି ସ୍ୱଦେଶୀ APU ସେଗୁଡ଼ିକର କାର୍ଯ୍ୟକ୍ଷମତା ଓ ଯୁଦ୍ଧକ୍ଷେତ୍ରରେ ନିରବଚ୍ଛିନ୍ନ ସ୍ଥାୟୀତ୍ୱକୁ ଆହୁରି ମଜବୁତ କରିବ। ପ୍ରତିରକ୍ଷା କ୍ଷେତ୍ରରେ ବିଦେଶୀ ନିର୍ଭରଶୀଳତା କମାଇ ‘ସରକାରଙ୍କ ବିକଶିତ ଭାରତ ଲକ୍ଷ୍ୟକୁ ଆଗେଇ ନେବ।

Comments are closed.