ନୂଆଦିଲ୍ଲୀ: ରିଲାଏନ୍ସ ଜିଓର ପ୍ରିପେଡ୍ ସିମ୍ ବ୍ୟବହାର କରୁଥିବା ୟୁଜର ମାଗଣା ଜିଓ ହଟଷ୍ଟାରର ସୁବିଧା ମାତ୍ର ଶହେ ଟଙ୍କାରେ ପାଇବେ । ଏହି ଜିଓ ପ୍ଲାନର ବିଶେଷ କଥା ହେଉଛି ଶହେ ଟଙ୍କା ଖର୍ଚ୍ଚ କରିବା ପରେ ଆପଣ କେବଳ ମୋବାଇଲରେ ନୁହେଁ ଟିଭିରେ ମଧ୍ୟ ଜିଓ ହଟଷ୍ଟାର ଉପଭୋଗ କରିପାରିବେ । ଆସନ୍ତୁ ଜାଣିବା ଏହି ପ୍ଲାନରେ ଜିଓ ହଟଷ୍ଟାର ବ୍ୟତୀତ ଅନ୍ୟ କ’ଣ ଲାଭ ମିଳେ ?
୧୦୦ ଟଙ୍କାର ରିଲାଏନ୍ସ ଜିଓ ପ୍ଲାନ ଉଭୟ କମ୍ପାନୀର ଅଫିସିଆଲ୍ ସାଇଟ୍ Jio.com ଏବଂ କମ୍ପାନୀର My Jio App ରେ ତାଲିକାଭୁକ୍ତ ହୋଇଛି । ଏହି ପ୍ଲାନ ସହିତ କେବଳ ଜିଓ ହଟଷ୍ଟାର ନୁହେଁ ପ୍ରିପେଡ୍ ୟୁଜରମାନେ ୫ଜିବି ହାଇ ସ୍ପିଡ୍ ଡାଟାର ଲାଭ ପାଇବେ, କିନ୍ତୁ ଧ୍ୟାନ ଦେବେ ଯେ ଡାଟା ଲିମିଟ ପୂରା ହେବା ପରେ ସ୍ପିଡ 64kbps ରହିବ ।
ଏଠାରେ ଗୋଟିଏ କଥା ଧ୍ୟାନ ଦେବେ ଯେ, ଆପଣଙ୍କ ଜିୟୋ ନମ୍ବରରେ ପୂର୍ବରୁ କୌଣସି ବେସ୍ ପ୍ଲାନ ଆକ୍ଟିଭ ଥିବ ସେତେବେଳେ ହିଁ ଏହି ଡାଟା ପ୍ଲାନ କାମ କରିବ । ଏହା ଏକ ଡାଟା ପ୍ୟାକ୍ ହୋଇଥିବାରୁ, ଆପଣ ଏହି ପ୍ଲାନରେ କଲ୍ ଏବଂ SMS ସୁବିଧା ପାଇପାରିବେ ନାହିଁ । ଶହେ ଟଙ୍କାର ଏହି ପ୍ଲାନ ଆପଣଙ୍କୁ ୯୦ ଦିନ ପାଇଁ ସୁବିଧା ଦେବ । ୯୦ ଦିନର ବୈଧତା ସହିତ ମାତ୍ର ୧୦୦ଟଙ୍କାରେ ଜିଓହଟଷ୍ଟାରର ଲାଭ ମିଳିବ ।
କମ୍ପାନୀର ଅଫିସିଆଲ୍ ସାଇଟରେ ଏହି ପ୍ଲାନ ସହିତ ଦିଆଯାଇଥିବା ସୂଚନା ଅନୁଯାୟୀ, ଯଦି ଆପଣ ଜିଓ ମାସିକ ପ୍ଲାନ ବ୍ୟବହାର କରନ୍ତି, ତେବେ ବେସ୍ ପ୍ଲାନ୍ ସମାପ୍ତ ହେବାର ୪୮ ଘଣ୍ଟା ପୂର୍ବରୁ ଆପଣଙ୍କୁ ବେସ୍ ପ୍ଲାନ୍ ରିଚାର୍ଜ କରିବାକୁ ପଡିବ । ଯଦି ଆପଣ ଏହା କରନ୍ତି ତେବେ ଆପଣ ଦ୍ୱିତୀୟ ଏବଂ ତୃତୀୟ ମାସରେ Jio Hotstar ଲାଭ ପାଇବେ ।
Comments are closed.