Latest Odisha News

ୟୁକ୍ରେନ ବିପକ୍ଷରେ ରୁଷର ସୈନିକ ବ୍ୟବହାର କରୁଛନ୍ତି ଧନୁତୀର !

କୀଭ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ ହେବାର ନାମ ଧରୁନି । ପରସ୍ପର ବିରୋଧରେ ଅତ୍ୟାଧୁନିକ ମିସାଇଲ ବ୍ୟବହାର କରାଯାଉଥିବା ବେଳେ ହଠାତ ଏପରି ଏକ ଖବର ସମ୍ମୁଖକୁ ଆସିଛି ଯାହାର ସତ୍ୟତା ନେଇ ସଂଶୟ ରହୁଛି । ସୋସିଆଲ ମିଡିଆରେ ରୁଷ ସେନା ଯୁଦ୍ଧରେ ଧନୁତୀର ବ୍ୟବହାର କରୁଥିବା ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ୟୁଜର୍ସମାନେ ଏ ନେଇ ସନ୍ଦେହ ବ୍ୟକ୍ତ କରିବା ସହ ରୁଷ ସେନାକୁ ଟ୍ରୋଲ କରିବାରେ ଲାଗିଛନ୍ତି । ୟୁକ୍ରେନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀଙ୍କ ପରାମର୍ଶଦାତା ଆଂଟୋନ ଗେରାଶ୍ଚେଙ୍କୋ ଏହାର ଏକ ଫଟୋ ଶେୟାର କରିଥିଲେ ।

ସେ ଲେଖିଥିଲେ,ଏହା କଣ ରୁଷ ସେନାର ହାଇଟେକ କୌଶଳ । ପାଖରେ ବନ୍ଧୁକ ଥିବା ସତ୍ୱେ ବଶକିରିୟା ସହରରେ ଜଣେ ରୁଷ ସେନା ଧନୁତୀର ବ୍ୟବହାର କରୁଛନ୍ତି । ରୁଷ ପକ୍ଷରୁ ଏହି ଭାଇରାଲ ଖବର ନେଇ କୌଣସି ବୟାନ ଆସିନି ।

Leave A Reply

Your email address will not be published.