Latest Odisha News

ରାଜ୍ୟରେ ୩୦ଟି ନୂଆ ଥାନାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମଙ୍ଗଳବାର ମୁଖ୍ୟମନ୍ତ୍ରୀ ୩୦ଟି ନୂଆ ଥାନାର ଉଦଘାଟନ କରିଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଫାଣ୍ଡିକୁ ଥାନାର ମାନ୍ୟତା ଦେଇ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୟରେ ମୁଖ୍ୟମନ୍ତ୍ରୀ ବଢ଼ୁଥିବା ସାଇବର କ୍ରାଇମକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ।

ଉଦଘାଟିତ ହୋଇଥିବା ନୂଆ ଥାନା ହେଉଛି ଜଗତସିଂହପୁରର କୃଷ୍ଣନନ୍ଦପୁର ଥାନା, ରାୟଗଡ଼ାର ରାମନାଗୁଡ଼ା ଥାନା, ଯାଜପୁରର ଅଳକୁଣ୍ଡ, ବ୍ରହ୍ମବରଦା ଥାନା, ଖୋର୍ଦ୍ଧାର ନାଚୁଣୀ ଥାନା, ସୁବର୍ଣ୍ଣପୁରର ଲଛିପୁର ଥାନା, ପୁରୀର ଚାରିଛକ ଥାନା, ଅନୁଗୁଳର ବାଗଡ଼ିଆ ଓ ଗୋପାଳପ୍ରସାଦ ଥାନା ।

ସେହିଭଳି ମୁଖ୍ୟମନ୍ତ୍ରୀ ଢେଙ୍କାନାଳର ମହାବୀର ରୋଡ୍ ଥାନା, ମୟୂରଭଞ୍ଜର ଭଞ୍ଜପୁର ଥାନା, କେନ୍ଦ୍ରାପଡ଼ାର ଚଉଦକୁଲାଟ ଥାନା ଓ କୁଦନଗିରି ଥାନା, ଦେବଗଡ଼ର ଲାଇମୁରା ଥାନା, ନବରଙ୍ଗପୁରର ମୈଇଦଲପୁର ଥାନା, କଟକର ମାଣିଆବନ୍ଧ, ଜୁଜୁମ ଓ ଭଦ୍ରେଶ୍ୱର ଥାନା, କୋରାପୁଟର ସୁଙ୍କି ଥାନାର ଲୋକାର୍ପଣ କରିଛନ୍ତି ।

ବଲାଙ୍ଗିରର ଆଗଲପୁର ଥାନା, ବାଲେଶ୍ୱରର ଗୋପାଳପୁର, କଳାହାଣ୍ଡିର କଲମପୁର, ଗଞ୍ଜାମର ବେଗୁନିଆପଡ଼ା ଓ କୋଟିନଣ୍ଡା ଥାନା, ସମ୍ବଲପୁରର ବରେଇପାଲି ଥାନା, ବ୍ରହ୍ମପୁରର ନିମଖଣ୍ଡି ଥାନା, ଭୁବନେଶ୍ୱର ୟୁପିଡିର ମୈତ୍ରୀବିହାର ଥାନା ଏବଂ ବୌଦ୍ଧର ଘଣ୍ଟପଡ଼ା ଥାନା ଲୋକାର୍ପିତ ହୋଇଛି ।

Leave A Reply

Your email address will not be published.