Latest Odisha News

ଭାରତ ସମର୍ଥକ, ଚୀନ ବିରୋଧୀ… କିଏ ଏହି ମାର୍କୋ ରୁବିଓ?, ଟ୍ରମ୍ପ କ୍ୟାବିନେଟରେ ହେବେ ବିଦେଶ ମନ୍ତ୍ରୀ

ନୂଆଦିଲ୍ଲୀ: ଆମେରିକାର ୫୧ ତମ ରାଷ୍ଟ୍ରପତି ଭାବେ ଭାର ସମ୍ଭାଳିବାକୁ ଯାଉଥିବା ଡୋନାଲ ଟ୍ରମ୍ପ ଆମେରିକା ସିନେଟର ମାର୍କୋ ରୁବିଓଙ୍କୁ ନିଜର କ୍ୟାବିନେଟ ମନ୍ତ୍ରୀ ଭାବେ ପ୍ରାର୍ଥୀ ଚୟନ କରିଛନ୍ତି । ତେବେ ଆସନ୍ତା ଜାନୁୟାରୀରେ ଟ୍ରମ୍ପ ହ୍ବାଇଟ ହାଉସ ଗଲାପରେ ଯଦି ମାର୍କୋ ମନ୍ତ୍ରୀ ପଦ ସମ୍ଭାଳନ୍ତି ତାହାଲେ ଆମେରିକା ରାଜନୀତିରେ ପ୍ରଥମ ଥର ପାଇଁ ଜଣେ ଲାଟିନ୍ ଆମେରିକାନ୍ ମନ୍ତ୍ରୀ ହେବେ ।

ତେବେ ମନ୍ତ୍ରୀ ପଦ ପାଇଁ ସଟଲିଷ୍ଟ କରାଯାଇଥିବା ଫ୍ଲୋରିଡା ବଂଶୋଦ୍ଭବ ମାର୍କୋଙ୍କୁ ଆକ୍ରାତ୍ମକ ପ୍ରାର୍ଥୀ ବୋଲି କୁହାଯାଉଛି । ବିଗତ କିଛି ବର୍ଷରେ ସେ ସବୁବେଳେ ଆମେରିକାର ଶତ୍ରୁ ଦେଶ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରିବାକୁ ଓକିଲାତି କରନ୍ତି । ମୁଖ୍ୟତଃ ଚୀନ୍ ଇରାନ୍ ଏବଂ କ୍ୟୁବା ଭଳି ଦେଶଙ୍କ ପ୍ରତି ଶକ୍ତ ହେବାକୁ ପରାମର୍ଶ ଦେଇଛନ୍ତି ।

ତେବେ କହିରଖୁଛୁ, ୨୦୧୬ରେ ଟ୍ରମ୍ପଙ୍କ ପ୍ରତିଦ୍ବନ୍ଦ୍ବୀ ଥିଲେ ମାର୍କୋ । ଦୁହିଁଙ୍କ ମଧ୍ୟରେ କଡା ଟକ୍କର ମଧ୍ୟ ରହିଥିଲା । ଏମିତି କି ଅନେକ ପ୍ରସଙ୍ଗରେ ଟ୍ରମ୍ପଙ୍କୁ କଡା ଆକ୍ରମଣ କରିଛନ୍ତି ମାର୍କୋ ରୁବିଆ । ହେଲେ ଏବେ ସିଏ ଟ୍ରମ୍ପଙ୍କ ପ୍ରଥମ ପସନ୍ଦ । ତାଙ୍କ ବୈଦେଶିକ ନୀତି ପ୍ରତି ଟ୍ରମ୍ପ ଆତ୍କୃଷ୍ଟ ହୋଇ ତାଙ୍କୁ ମନ୍ତ୍ରୀ ପଦରେ ସାମିଲ କରିବାକୁ ଯାଉଛନ୍ତି । ପ୍ରମୁଖ ଆଲାଇନ୍ସର ସମର୍ଥକ ଏବଂ ଆମେରିକା ବିରୋଧୀଙ୍କ ପ୍ରତି ଆଲୋଚନାତ୍ମକ ଆଭିମୁଖ୍ୟ ରଖୁଥିବା ୫୩ ବର୍ଷୀୟ ମାର୍କୋ ରୁବିଓ ନିଜର ବିଦେଶୀ ନୀତି ପାଇଁ ବେଶ୍ ଚର୍ଚ୍ଚିତ ।

ତେବେ ମାର୍କୋଙ୍କ ସହ ଭାରତର ସଂପର୍କ କିନ୍ତୁ ବେଶ୍ ନିବିଡ । ରୁଷିଆ-ଭାରତ ସଂପର୍କକୁ ମଜଭୁତ୍ କରିବାରେ ମାର୍କୋ ବଡ ଭୂମିକା ନିଭାଇଥିଲେ । ସେ ଭାରତ-ପ୍ରଶାନ୍ତ ମହାସାଗରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବରେ ଭାରତକୁ ପ୍ରତିଷ୍ଠା କରିବାରେ ସାହାର୍ଯ୍ୟ କରିଛନ୍ତି । ବିଗତ କିଛି ବର୍ଷ ମଧ୍ୟରେ ସେ ବିଶେଷ କରି ପ୍ରତିରକ୍ଷା ଏବଂ ବାଣିଜ୍ୟ କ୍ଷେତ୍ରରେ ଆମେରିକା-ଭାରତ ସଂପର୍କକୁ ଗଭୀର କରିବା ପାଇଁ ପ୍ରୋତ୍ସାହିତ କରିଛନ୍ତି।

Comments are closed.