Latest Odisha News

BREAKING NEWS

ଇମ୍ରାନ୍ ହାସ୍‌ମୀଙ୍କ ପାଇଁ ସବୁ କିଛି ଫାଷ୍ଟ କ୍ଲାସ୍ !

ମୁମ୍ବାଇ: କରୋନା ପୂର୍ବରୁ ବଲିଉଡଠାରୁ ଦୂରେଇ ରହିଥିଲେ ଇମ୍ରାନ୍ ହାସ୍‌ମୀ । ହେଲେ ଏବେ ବଡ ପରଦାକୁ ଫେରିବା ପାଇଁ ସଜବାଜ ହେଉଛନ୍ତି । କିସିଂ, ହରର୍ ଓ ମିଷ୍ଟ୍ରି ଭଳି ଏଲିମେଣ୍ଟ ଥିବା ଫିଲ୍ମରେ ପ୍ରାୟତଃ ଇମ୍ରାନଙ୍କୁ ଦେଖିବାକୁ ମିଳିଥାଏ । ହେଲେ ପ୍ରଥମ ଥର ପାଇଁ ସେ କମେଡିଆନ୍ ଭୂମିକାରେ ଦର୍ଶକଙ୍କ ସାମ୍ନାକୁ ଆସିବେ ।

ପ୍ରଥମ ଥର ପାଇଁ କମିକ୍ ଫିଲ୍ମରେ ଅଭିନୟ କରିବେ ଇମ୍ରାନ୍ ହାସ୍‌ମୀ । ଫିଲ୍ମର ଟାଇଟଲ ରହିଛି “ସବ୍ ଫାଷ୍ଟ କ୍ଲାସ୍ ହୈ” । ନିର୍ଦ୍ଦେଶନା ଭାର ବଲବିନ୍ଦର ସିଂ ଜଂଜୁଆ ସମ୍ଭାଳିଥିବାବେଳେ ୨୦୨୧ରେ ଫିଲ୍ମଟି ରିଲିଜ ହେବାର ସମ୍ଭାବନା ରହିଛି । ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନରେ କମେଡିର ଛୁଙ୍କ ଦେଇ ଫିଲ୍ମଟିକୁ ନିର୍ମାଣ କରାଯିବ । ତେବେ ଇମ୍ରାନ୍‌ଙ୍କୁ ବାଦ୍ ଦେଲେ ଫିଲ୍ମର ଅନ୍ୟ ଷ୍ଟାରକାଷ୍ଟ ବିଷୟରେ କୌଣସି ସୂଚନା ନାହିଁ ।

ଫିଲ୍ମର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବାକୁ ଥିବାବେଳେ ପରେପରେ ‘ମୁମ୍ବାଇ ସାଗା’ ଓ ‘ଚେହରେ’ ଭଳି ପ୍ରୋଜେକ୍ଟରେ ବି ଇମ୍ରାନଙ୍କୁ ଦେଖିବାକୁ ମିଳିବ । ତେବେ ଦେଖାଯାଉ ସବୁବେଳେ ଇଣ୍ଟେନ୍ସ କ୍ୟାରକ୍ଟରରେ ନଜର ଆସିଥିବା ଇମ୍ରାନ କେତେଦୂର କମେଡି କିର୍ଦାରରେ ସଫଳ ହେଉଛନ୍ତି ।

Leave A Reply

Your email address will not be published.