Latest Odisha News

BREAKING NEWS

Browsing Tag

Gadadhar Sahu

କବିତା : ଢୋଲ

ଗଦାଧର ସାହୁ  ମୋତେ ତମେ ବାଡେଇ ଚାଲିଛ, ତମାମ ଜୀବନ ତମ ଖୁସି ପାଇଁ । ମୁଁ ଶବଦ୍ ଦେଇଛି ତୁମ ଇଚ୍ଛାରେ ତୁମ ବାଡିଆରେ ଲହୁ ଲୁହାଣ ହୋଇ ବୁକୁରେ ବେଦନାକୁ ଚାପି । ଏମିତି ବି ହେଇଛି ଥରେ ନୁହଁ ଅନେକ ଥର, ତୁମ ପାଇଁ ଖୁସି ଫେଣ୍ଟୁ ଫେଣ୍ଟୁ ମୁଁ ବହୁବାର ଫାଟିଛି । ମୋ…

କବିତା : ମୃଦଙ୍ଗ

ଗଦାଧର ସାହୁ  ଭିତରେ ଅଦୃଶ୍ୟ ଲମ୍ବା ପୋଡା ମାଟି ହାଣ୍ଡି, ଉପରେ ମାଳ ମାଳ ଚମଡା ଛାଉଣୀ ବାମ ଡାହାଣରେ ଗୋଲାକାର କଳାଦାଗ କିରଣ ସରିଛି, ଏବେ ବାଜିବାକୁ ସେ ପ୍ରସ୍ତୁତ ଆସ କିଏ ବଜାଇବ । ତା ଦେହରୁ ନାଦବ୍ରହ୍ମ ,ଶବ୍ଦବ୍ରହ୍ମ ବାହାର କରିବା କଳା, କୌଶଳ ସିଖିଛତ ? କେତେ…

କବିତା : ଖଞ୍ଜଣି 

ଗଦାଧର ସାହୁ  କାଠ ଚମଡା ଗିନି ଏକାଠି ମିଶିଲେ ଖଞ୍ଜଣି । ସୃଷ୍ଟି କରେ ଶବ୍ଦ ବ୍ରହ୍ମ ଜୀବନ ସଙ୍ଗୀତ ଜନ୍ମ ମୃତ୍ୟୁ ବଞ୍ଚିବା ରହସ୍ୟ । ସ୍ଵର, ଲୟ, ତାଳ ବାନ୍ଧି ସୃଷ୍ଟି ତତ୍ତ୍ଵ ବାଜୁଅଛି ଆସ ଥରେ ଶୁଣିନିଅ ଶାନ୍ତ ମନ, ସ୍ଥିର ଚିତ୍ତେ କେମିତି ଶୁଭୁଛି ସୃଷ୍ଟି, ସ୍ଥିତି,…

କବିତା : ଓଢଣା

ଗଦାଧର ସାହୁ ଦିନେ ଥିଲା ଆମ ସମୃଦ୍ଧ ସାମାଜିକ ପରମ୍ପରାର ଶାଳୀନତା ପରଦା । କିଏ କହୁ ବା ନକହୁ ଜେଜେ ମା, ଆଈ ମା ଗୁରୁ ଗୁରୁଜନ ହେଉ କି ମାନ୍ୟଜନଙ୍କୁ ଦେଖୁ ନଦେଖୁ ମୁଣ୍ଡରେ ଦେଉଥିଲେ ନାକେ ସରିକି ହାତେ ଓଢଣା , ଏବେ ଯାହା ଅଟକିଛି ମୋ ବୋଉର ମଥାରେ । ମୋ ପାଠ ପଢୁଆ…

କବିତା : ଗାନ୍ଧୀ

ଗଦାଧର ସାହୁ  ତୁମେ ତୁମ ଇଚ୍ଛାରେ ଆଖି ଖୋଲ କି ବନ୍ଦ କର ... ସବୁବେଳେ ଦେଖ ଗୋଟେ ଠେଙ୍ଗା ଅଣ୍ଟା ଓହଳା ଘଣ୍ଟା ଖଣ୍ଡେ ଖଦଡ ଗୋଟେ ବିଶ୍ଵାକୃତି ଚଷମା । ଆଚରଣ, ଉଚ୍ଚାରଣରେ ସତ୍ୟ ବଚନ ଅହିଂସା ନୀତି ଶାନ୍ତି ସହବସ୍ଥାନ ସ୍ଵଚ୍ଛ ପରିବେଷ । ଏବେ ସେ ନାହାଁନ୍ତି ଆମେ…

କବିତା : ନାୟକ

ଗଦାଧର ସାହୁ  ମୁଁ ତମେ ସେମାନେ ମିଳିମିଶି ପରସ୍ପରର ଭୁଲ୍ ଠିକ୍ ବୁଝୁ । ସମସ୍ୟା ବାହାରିଲେ ସମାଧାନ କରିଥାଉ । ସଫଳତାର ଶ୍ରେୟ ସମସ୍ତେ ଚାହାଁନ୍ତି । ବିଫଳ ହେଲେ ଦାୟୀ ନୁହଁ ଜଣେ ବି ନା ସେ ମୁଁ ।

କବିତା : କେନ୍ଦରା

ଗଦାଧର ସାହୁ  କେନ୍ଦରାର ସ୍ଵରେ ବନ୍ଧା ସଂସାର କରୁଣ ସ୍ଵର ନାଥପୁଅ ଗାଇ ଗାଇ ବୁଲୁଥାଏ ନିତିଦିନ ପ୍ରତି ଦାଣ୍ଡଦ୍ଵାର  । ଜୀବନର ଶେଷକଥା ଆରମ୍ଭ କାହାଣୀ.... ଗାଇ ଗାଇ ସରେ ନାହିଁ ବେଳ ଯାଏ ଗଡି  । ଜନ୍ମ ମୃତ୍ୟୁ ମଧ୍ୟେ ଥାଏ ଯେତେକ ଯନ୍ତ୍ରଣା ମାତା ପୁତ୍ର, ପତି-ପତ୍ନୀ…

କବିତା : ହିଡ଼

ଗଦାଧର ସାହୁ  ମାଟି ଉପରେ ମାଟି ନଦି ବାପା, ଜେଜେବାପା ତିଆରି କରିଥିଲେ ବିଲ ପାଇଁ ହିଡ଼ । ଅଟକଉଥିଲେ  ପାଣି ଚାଲୁଥିଲା  ଚାଷ କାମ କାଟୁଥିଲେ  ସୁନାର ଫସଲ । ସେ ହିଡ଼ ତଳେ ବାସ କରୁଥିଲେ ମାଛ, କଙ୍କଡା ସାପ, ବେଙ୍ଗ ଜିଆ,ଗେଣ୍ଡା,କୁଚିଆ । ହିଡ଼ ଉପରେ କାଦୁଅ ଲଗା…

କବିତା : ସିଡ଼ି

ଗଦାଧର ସାହୁ  କେବେ ମନା କରିନି ଆମ ସଭିଙ୍କ ପାଦର ଭାର ସମ୍ଭାଳିବାକୁ । ସେ ତ ଜନ୍ମରୁ କ୍ଷତ ବିକ୍ଷତ ଏବେ ବି କ୍ଷତ ଚିହ୍ନ ଫୁଟି ଦିଶୁଛି ତା ଦେହରେ , କୋଉଠି କଣ୍ଟା ପିଟାହୋଇଛି, କୋଉଠି କଣା ହୋଇ ଖଣ୍ଡ ଖଣ୍ଡ କାଠି ବିଦ୍ଧ ହୋଇଛି, ପୁଣି ଦଉଡିରେ ଛନ୍ଦା ହୋଇ ବନ୍ଧା ପଡିଛି…

କବିତା : ରବର

ଗଦାଧର ସାହୁ ଲିଭେଇ ଚାଲିଛି ଯେତେ ଭୁଲ୍ ଭାଲ୍ ଠିକ୍ ଠାକ୍ କରିବାକୁ, ଆଉ କେତେ ଅଛି କହିଦିଅ ଥରେ ଲିଭେଇ ଦେବି ମୁଁ ସବୁ। ଲିଭେଇ ଲିଭେଇ ସରି ମୁଁ ଯାଉଛି ନ ସରୁଛି ତୁମ ଭୁଲ୍, ସେହି ଭୁଲ୍ ପାଇଁ କେତେ ଗାଳି ମାଡ ତଥାପି ବି କର ଭୁଲ୍ ।