କିରଣ ମନୀଷା ମହାନ୍ତି
ଶୀତଟା ଗୋଟେ ଜିଦିଆ ପ୍ରେମିକ
ଭାରି ତାର ଜିଦି
ତା ପାଖରେ ପାଇବାକୁ ମତେ
ଯେମିତି ସନ୍ଧ୍ୟା ନଇଁଆସେ
ଚଗଲା ପ୍ରେମିକ ସେ ମୋର
ଚୁପ ଚାପ ଧାଇଁ ଆସେ
ଆଖିରେ ଆଖି ମିଶେଇ
ତା ଓଠର ସ୍ପର୍ଶରେ ମଧୁରତା
ତା ଆଲିଙ୍ଗନ ରେ ନିଜର ପଣ ଭରି
ମୋ ଦେହକୁ କୋଳେଇ ନିଏ
ତା ଅଦେଖା ବାହୁରେ
ସେ ତା ବିଶାଳ ହୃଦୟରେ
ମୁଠା ମୁଠା ପ୍ରେମ ଆଣି
ସେ ଗାଏ ମୋ ପାଇଁ ଗୀତ
ମୋତେ ଖୁବ ପ୍ରେମ କରେ
କୋଳେଇ ନେଇ ରାତି ରାତି
ଏଇ ପୃଥିବୀରେ
ସେ ଖୁବ ନିଆରା
ପାଗଳ ପ୍ରେମିକ
ତା ପ୍ରେମରେ ଛଳନା ନାହିଁ
ଭାରି ମିଠା ଲାଗେ
ତାର ନରମ ଛୁଆଁ ।
ଯେବେ ସେ ଆସେ
ଛୁଇଁ ଯାଏ ଦେହକୁ
ଦେହେ ଖେଳିଯାଏ ନୂଆ ଶିହରଣ
ରୁମ ଟାଙ୍କୁରି ଉଠେ
ତଥାପି କଣ ତା ଜିଦି ଛାଡେକି
ସମଗ୍ର ଦେହକୁ ମୋର
ପାଇସାରିବା ପରେ
ଭୁଲେ ନାହିଁ ତାର ଦୁଷ୍ଟାମି
ଭାରି ଅଲାଜୁକ ପାଗଳ ପ୍ରେମିକ
ଯେମିତି ପ୍ରତିଶ୍ରୁତି ନେଇଛି
ଭିଜେଇବ ରାତି ରାତି
ତା ପ୍ରେମରେ ।
Comments are closed.