Latest Odisha News

BREAKING NEWS

କବିତା : ମଶାଣି ଛକର ସେଇ ପାଗଳ

ମାନସ ରଞ୍ଜନ ମହାପାତ୍ର 

ମୋ ସ୍ତ୍ରୀ, ପିଲାମାନେ ଓ ଘର
ବହୁଦିନୁ ଫେରାର୍
ଫେରାର୍ ମୋ ସାଙ୍ଗମାନେ, ପରିଚିତ
ଚା’ ଦୋକାନର ଭିଡ଼

ପୁରୁଣା ଛକରେ ଏବେ ଟୁପଟାପ୍ ଫୁସ୍ ଫାସ୍
ଯେ କେହି ଜଣେ ପାଗଳ
ନୂଆ ହେଇ ବୁଲୁଛି ସହରସାରା
ସେଇ ପୁରୁଣା ପାଗଳ କି?
କିଏ ଜଣେ
ସିଏ ଦିଶେ ସବୁ ଛକରେ ଓ
ହୋଇଯାଏ ଅଦୃଶ୍ୟ

ମୋ ଫେରାର୍ ସ୍ତ୍ରୀ,ପିଲା,ଘର ଓ ସାଙ୍ଗମାନେ ଏବେ ମେହଫିଲରେ
ଓ ମୁଁ ମଶାଣି ଛକରେ ।।

୯୮୯୧୯୪୬୧୭୮

Comments are closed.