Latest Odisha News

BREAKING NEWS

କବିତା : ଲେଉଟ ଚକୁଳି

ମାନସ ରଞ୍ଜନ ମହାପାତ୍ର 

ଫେରିବାକୁ ଚାହୁଁଛ ତ ଯାଅ !

ମୋଗଲ ହାରେମରେ ରହୁଛି ମୁଁ
କଳିଙ୍ଗର ରାଜଜେମା
ବଳିପଡିଛି ଯୁଦ୍ଧରେ
ହଜିଯାଇଛି ମାଳିନୀ ନଦୀ
ଇତିହାସରେ
ଯୁଗେଯୁଗେ କାହିଁକି ଯେ ମୋ ପରି
ନିରୀହା ଝିଅମାନେ ବଳିପଡୁଥନ୍ତି
ଇତିହାସ ଲେଖାଯାଏ ଦିଗବିଜୟର
ନିରବରେ ନିରତକ୍ଷଣରେ

ଯୁଦ୍ଧ ସରେନାହିଁ , ସରିପାରେ ନାହିଁ !

କେବେ କାବେରୀ କୂଳେ ତ
କେବେ ଗଙ୍ଗାକୁଳରେ ମୁଁ ଶବହେଇ ବୁଲେ ତ
କେବେ କେବେ ହିମାଳୟରେ ରୋକେ ବରଫହେଇ
ପୁଣି କେବେ ଚଢ଼େଇପରି ବନ୍ଦୀ ତ
କେବେ ତାଜମହଲର ସ୍ମୃତିଲିପି

ମତେ ଦେଖିବ କି ଫେରିଯିବ
ଫେରିବାକୁ ଚାହୁଁଛ ତ ଯାଅ !

୯୮୯୧୯୪୬୧୭୮

Leave A Reply

Your email address will not be published.