ମିନାକ୍ଷୀ ଦ୍ବିବେଦୀ
ବର୍ଷ ପରେ ବର୍ଷ ଆସିଥାଏ ରଜ
ଏମିିତି ଦିଗବଳୟ ଦୋହଲାଇ
ଅସରା ଅଜଣା ମେଘ ନେଇ।
ଲୋକ ଲହଡିର ସମୁ୍ଦ୍ର ବେଳାରେ
କିନ୍ତୁ ଶୁଭୁ ନାହିଁ ଆଉ ଗଜ ଡାକ।
ଡାଳେ ଡାଳେ , ପତ୍ରେ ପତ୍ରେ
କଢ ଓ ଫୁଲରେ
ଝିପି ଝିପି ବର୍ଷାର ଛନ୍ଦରେ ଲୁଚି ଯାଇଛି
ସୁନ୍ଦର ପୃଥିବୀର ମହକ।
ଅବାସ୍ତବ ମଣିଷ ଅହେତୁକ ସ୍ବପ୍ନରେ
ଭୁଲି ଯାଇଛି ସେ
ବର ଓହଳ , ଦୋଳି ଖେଳ
କୁଆଁରୀ ମନର ହସ ହସ ଜହ୍ନ ଫୁଲ।
ସାଧବ ବୋହୁ ରୁପ ନେଇ
ନିକୁଟି ନିକୁଟି ନିଜକୁ ଦେଖୁଅଛି,
ତାର ଅନୁଭାବିକ ସ୍ବପ୍ନରେ
ପ୍ରଥମ ସ୍ପର୍ଶର ଆବେଗ
ଛଳ ଛଳ ଚଞ୍ଚଳ ଆଜି
ସବୁ ହଜି ଯାଇଛି।
ଆଶା ସବୁ ମରି ଯାଇଛି
ପାହାଡ ପଛରେ
କି ବା କୁହୁଡିର ଆସ୍ତରଣ ତଳେ
ଚାଲିଛନ୍ତି ସବୁ ଧାଁ ଧଗଡ ଜୁଡୁ ସୁଡୁ
କୋହ କୋହ ଭସା ମେଘରେ ।
ହେ ଅମାୟିକ ମଣିଷ ଫେରିଆସ
ଉଦାସୀନ ଜୀବନ ମୃତ୍ୟୁରୁ
ସେଇ ଅନ୍ତରଆତ୍ମା ନାମ ଯଜ୍ଞରୁ
ଛାଡି ଯାଇଥିବା
ପୁରାତନ ପରମ୍ପରାକୁ
ହୃଦୟ ମରୁବାଲି ରେ ଭରିଦେବା
ଚାଲ ଖିଲି ଖିଲି ହସ
ପାନ , ପୋଡପିଠା ସହ
ରଜ ଉଲ୍ଲାସ ।
Comments are closed.