ମିନାକ୍ଷୀ ଦ୍ବିବେଦୀ
ମୁଁ ଅସୁମାରି ଭଲ ପାଏ,
ମୁଁ ଅସୁମାରି ଦୁଃଖ ପାଏ,
ବଞ୍ଚିଛି ନେଇ ଏଇ ଦୁଇ ଅନୁଭୂତି
ଅସୃକଧରା ବେଦନାର ଛନ୍ଦେ
ମୋ ପ୍ରେମର ବିଷର୍ଣ୍ଣ ବିସ୍ତୃତି।
ଶିରେ ମଣ୍ଡିତ ମୋର,
ଅଭୋଗୀ ପ୍ରଣୟର
କଳିଳ ମୁକୁଟ
ଶୋଭିକ ଧାରାରେ ମୋର
ହୃଦୟର ପ୍ରୀତି ପରିସ୍ଫୁଟ।
କରି ପ୍ରେମ ଉତ୍ତୋଳନ
ଅଶ୍ରୁଳ କମଳେ
ମଉନେ କରି ପ୍ରଣୟ ଗାନ
ହୃଦୟ ବକ୍ଷେ
ବିଦଗ୍ଧ ମନ କରେ ତବ ସନ୍ଧାନ।
ପ୍ରତିଶୃତି ନେଇ ତା’ର,
ଉତ୍ସର୍ଗ କରିଛି ମୋର,
କାଳୁ କାଳାନ୍ତର,
ପ୍ରତିକ୍ଷାର ଅଂଶ ଭରି
ଉକ୍ଷିପ୍ତ କାମନା ମୋହର।
ବିଭୋଳା ହୃଦେ ଅମାପ ତୃଷ୍ଣା,
ପରାହତ କାମନା ର ବାସ୍ନା,
ଅମୃତ ଲେପି ଅନୀଳ ନୟନ,
ବସନ୍ତର କଉମୁଦୀ ପ୍ରାଙ୍ଗଣେ
ହେବ ପୁଣି ପ୍ରଶାନ୍ତ ମିଳନ।
ପ୍ରେମ କରେ ମର୍ମାହତ
ତଥାପି ତା ବିନା ନାହିଁ ଅନ୍ତଃଶାନ୍ତ,
ଜ୍ବଳମାନ ଚିତାନଳ,
ଯନ୍ତ୍ରଣାର ଦାବାନଳେ
ଶୋଣିତା ମୁଁ ଚିରକାଳ।
ନିଉଦିଲ୍ଲୀ
Comments are closed.