Latest Odisha News

BREAKING NEWS

କବିତା : ପ୍ରେମ ଏକ

ମିନାକ୍ଷୀ ଦ୍ବିବେଦୀ   

ଜୀବନ ନଈର ସାୟାହ୍ନରେ
ଉଆଁସି ଜହ୍ନ
ତାର ଅବାଞ୍ଛିତ ପ୍ରଶ୍ନ…
ପ୍ରେମ ତ ଥିଲା ତା ଶାଶ୍ବତ ଆତ୍ମାର
ତାର ପବିତ୍ର ଭାବନା ର,
ତା ର ଅସଂଖ୍ୟ ଫୁଲ ଫୁଟା ହସର,
ଆଜି ସେ ପ୍ରେମର ନିରୀହ ଦୀର୍ଘଶ୍ଵାସରୁ
ପବନ ଚାଲିଯାଏ
ଜ୍ୟୋସ୍ନା ର ବାୟୁକୋଷକୁ,
ଆଉ ବର୍ଷ ବର୍ଷ ଧରି ଶିଖିଥିବା ବିସ୍ତୃତ ଜ୍ଞାନରୁ
ପ୍ରେମ ଜ୍ଞାନର ସଂଜ୍ଞା
ଖରା ବର୍ଷାରେ….
ସତ୍ୟ ଅସତ୍ୟରେ….
ପାପ ପୂଣ୍ୟରେ…..
ହରାଇ ଦିଏ ଭାରସାମ୍ୟ
ହେଉ ପଛେ ପ୍ରେମ
ଫୁଲ ପ୍ରଜାପତିର
ଜହ୍ନ କଇଁ ର
ପ୍ରେମ ସମ୍ପର୍କର ଡୋର
କିଛି ଚାହେଁ ନାହିଁ,
ପ୍ରଶ୍ନ କରେ ନାହିଁ,
ମୋର ମୋର ହଉଥାଏ
ସାଙ୍ଗରେ ଥାଏ ରାତି ଦିନ କଥା ନ କହି
ଆଜିର ପ୍ରେମ ମାପକାଠିରେ
ତୋଳା ହଉଛି
ଦିଆ ନିଆରେ,
ଛନ୍ଦ କପଟରେ,
ଈର୍ଷା ହିଂସାରେ,
ପ୍ରେମ ର ଫମ୍ପା ଆବାଜ ବଢି ଯାଇଛି….
ଅବୁଝା କୁହୁଡି ପରି
ଅଣ ନିଃଶ୍ୱାସି ହୋଇ
ପଳାତକ ସାଜିଛି,
ଫୁଲ ଫୁଟା ବେଳରେ
କଳି ହୋଇ ଝରି ପଡୁଛି,
ପ୍ରେମ ଏବେ ସତେ ଏକ ଅବୁଝା ଗଣିତ ପାଲଟିଯାଇଛି।

 

Leave A Reply

Your email address will not be published.