Latest Odisha News

BREAKING NEWS

କବିତା : ରାକ୍ଷୀ

ପ୍ରଶାନ୍ତ କୁମାର ନାଥ

ସ୍ନେହ ମମତାର ଅତୁଟ ସମ୍ପର୍କ
ଏହି ଯେ ରାକ୍ଷୀ ବନ୍ଧନ
ଭାଇ ଭଉଣୀକୁ କରିଥାଏ ରକ୍ଷା
ବାନ୍ଧି ସେ ସାରା ଜୀବନ।

ଭଉଣୀ ଜୀବନେ ରକ୍ଷାର କବଚ
ସାଜିଥାଏ ଭାଇ ନିତି
ସାମାନ୍ୟ ଏ ସୂତା ନୁହେଁ ଭଉଣୀର
ସ୍ନେହ ଶ୍ରଦ୍ଧା ଭକ୍ତି ପ୍ରିତି ପ୍ରୀତି
ସାମାନ୍ୟ ଏ ରାକ୍ଷୀ ନୁହେଁ ଭଉଣୀର
ରକ୍ଷା କବଚର ଶକ୍ତି
ଏହି ଶକ୍ତି ଦିନେ କରିଥାଏ ରକ୍ଷା
ବିପଦରୁ ତାକୁ ମୁକ୍ତି।

ଭାଇ ହାତେ ରାକ୍ଷୀ ବାନ୍ଧିଣ ଭଉଣୀ
ମାଗେ ନାହିଁ ଧନରତ୍ନ
ଜୀବନ ପଥରେ ଦୁଃଖ ବିପତ୍ତିରେ
ନେବୁ ମୋର ଟିକେ ଯତ୍ନ।

ଭାଇ ଭଉଣୀଙ୍କ ଅତୁଟ ସମ୍ପର୍କ
ସୁଦୁଢ ହେଵାର ପାଇଁ
ରକ୍ଷାର ବନ୍ଧନ କରଇ ସୁଦୁଢ
ଦୁଇ ହୃଦୟକୁ ଛୁଇଁ।

ଏ ଯେଉଁ ବନ୍ଧନ ଫିଟେ ନାହିଁ ଜାଣ
ଯୁଗ ଯୁଗ କର ପାଇଁ
ସୂତା ଖିଅକରେ ହୋଇ ଥାଏବି ବନ୍ଧା
ଭାଇ ଭଉଣୀଙ୍କୁ ଚାହିଁ।

ଜୁଣଗଡି , ରାଜନଗର , କେନ୍ଦ୍ରାପଡ଼ା

Comments are closed.