ସୌମ୍ୟରଞ୍ଜନ ଖଟୁଆ
ଅସି ନ ହୋଇ ବି ମୁନ ଯେ ତୀକ୍ଷ୍ମ ଅତି ପ୍ରଖର
ଲେଖିଯାଏ କେତେ କାବ୍ୟ କବିତା ଗଦ୍ୟର ଅଳଙ୍କାର ।
ସୁସଜ୍ଜିତ ରୂପସୀ ସେ କାହା କଳ୍ପନା ବିଭାଗର
ଲେଖିଦେଇ ପାରେ ଯନ୍ତ୍ରଣା କେତେ କୋହର ।
କେତେ ଉପନ୍ୟାସ, ଗଳ୍ପ, ଏକାଙ୍କିକା ଓ କବିତା ହୋଇ
ଶୋଷିତ ଦଳିତ ପ୍ରତିବାଦକୁ ଲେଖିଛି କାହାଣୀ ଦେଇ ।
ସ୍ମୃତି ବିସ୍ମୃତିର ଅନେକ ଅକୁହା ବେଦନା ନେଇ
ହୋଇପାରେ ସେ ମଲମ ଟିକିଏ କ୍ଷତାକ୍ତ ହୃଦୟ ପାଇଁ ।
ମନର ଭାବନା ପ୍ରକାଶିତ ହୋଇ ଝରେ କାଗଜ ଉପରେ
ଅସଜଡ଼ା ନୀଡ଼ ସଜାଡ଼ି ହୁଏ ବି କେତେ ଶବ୍ଦ ରଚନାରେ ।
ଅଙ୍ଗାର ହୁଏ କେଉଁ ଆନ୍ଦୋଲନେ ଅବା ବିଦ୍ରୋହ ମନରେ
ଶାନ୍ତିର ଗୀତି ଗାନ କରିପାର ଯୁଦ୍ଧର କରାଳ ସମୟରେ ।
କେବେ ସେ ଅଲିଭା ଅବା ଅଭିମାନ ଚିର ସ୍ମୃତିର ଗାଥା
ପ୍ରେମିକ ମନରେ ପ୍ରିୟତମା ପାଇଁ ଭାବ ପ୍ରକାଶର ରାସ୍ତା ।
କରିବାକୁ ତାର ନିଖୁଣ ବର୍ଣ୍ଣନା ହୁଏ ଶବ୍ଦହୀନ ଶବ୍ଦକୋଷ
କରିପାରିବେନି କେହି ତାକୁ କେବେ ଭାଷାରେ ପରିପ୍ରକାଶ ।
Comments are closed.