ଶୁଭ୍ରାଂଶୁ ଶେଖର ମାହୁନ୍ତ
ଓଠରେ ହସ ନ ଥାଇ ବି
ହସିବାର ନିଖୁଣ ଅଭିନୟ କରୁଛି ମୁଁ
ହୃଦୟରେ ଅସୁମାରି କୋହ ଭରି,
ଇଛା ନ ଥାଇ ବି ହସୁଛି ମୁଁ
ବିବଶ ଦେହ ଓ ମନକୁ
ଅନିଚ୍ଛାରେ ଘୋଷାରି ଘୋଷାରି ।
ତୁମ କଥା ଭାଳି ଭାଳି
ଅସରନ୍ତି ସ୍ବପ୍ନସବୁ
ଯାଉଅଛି ମରି ମରି,
ମୃଗତୃଷ୍ଣାର ତୃଷ୍ଣା ନେଇ
ଖୋଜୁଅଛି ତୁମକୁ ମୁଁ
ସ୍ମୃତିସବୁକୁ ପାଥେୟ କରି ।।
ସାଳନ୍ଦୀ ବାଇପାସ୍, ଭଦ୍ରକ
Comments are closed.