Latest Odisha News

BREAKING NEWS

କବିତା : ତୁମେ ଏମିତି

ସୁମିତା ବେହେରା ବାପି 

ଦେଖିକି କାହାକୁ ସପନେ ହସୁଛ
ପଚାରିଲି ଯେବେ କୁହ ନା
ତୁମେ କୁହ ‘ଥରେ ପଚାର ମନକୁ
ତୁମକୁ କି ଏହା ଅଜଣା’ ?

ନାଲି ଶାଢ଼ୀ ପିନ୍ଧି ପଚାରେ ତୁମକୁ
କେମିତି ଦିଶୁଛି କୁହ ନା
ସତୃଷ୍ଣ ନୟନେ ଚାହିଁ ରୁହ ଖାଲି
କିଛି ବି ଉତ୍ତର ପାଏନା ।

ପଚାରେ ତୁମକୁ ଭଲପାଅ କି ନା
ଦେହ ଛୁଇଁ ମୋର କୁହ ନା
ମୋ ଅଖିରେ ଆଖି ମିଶେଇକି କୁହ
ଆଖି ପରା ମନ ଆଇନା ।

ପ୍ରହେଳିକାମୟ ତୁମ ଶବ୍ଦଫାଶ
ଅଧା ବୁଝେ ଅଧା ବୁଝେନା
ତୁମେ କି ଜାଣନା ପ୍ରଶ୍ନ ବଦଳରେ
ପ୍ରଶ୍ନଟିଏ ମୁଁ ଯେ ଚାହେଁନା?

ଭୁବନେଶ୍ୱର

Leave A Reply

Your email address will not be published.