ମୂଳ ରଚନା : ଉଆନ ରମୋନ ହିମେନେଜ
ମୋ କବିତା ଗୁଡ଼ିକ ଯଦି
ହୋଇ ପାରନ୍ତା ଏଇ ରାତ୍ରିର ଆକାଶ ଭଳି
ଖାଲି ମୁହୂର୍ତ୍ତର ସତ୍ୟ , ବର୍ତ୍ତମାନର
ଆଉ ତା’ର ନଥାନ୍ତା କିଛି ଇତିହାସ !
ଏବଂ ଏଇ ଆକାଶ ପରି
ପ୍ରତ୍ୟେକ କ୍ଷଣରେ
ସେମାନେ ପ୍ରତିଟି ଛବିର
ପ୍ରତିବିମ୍ବକୁ ରୂପ ଦିଅନ୍ତେ
(ଏଇ ଆକାଶର ଅଗଣିତ ଉଜ୍ଵଳ ତାରା ସହିତ )
ଶୈଶବ , ଯୌବନ ବା ବୟସର ପ୍ରଭାବରେ ବି ସେମାନେ ରହନ୍ତେ
ଅବିଚଳିତ ଓ ସୁନ୍ଦର
ଏକ ଶିହରଣ , ଏକ ଉଜ୍ଵଳ ଆଲୋକ, ଏକ ସଙ୍ଗୀତ
ମୋ ଆଖିର ସମ୍ମୁଖରେ ଏବଂ ମୋ ଉପରେ
ସେହି ଶିହରଣ, ସେଇ ଉଜ୍ଜ୍ୱଳ ଆଲୋକ
ଓ ସେହି ସଙ୍ଗୀତ
ମୋ ଦୁଇ ଆଖିର ମଝିରେ
(ଆଉ ମୋର ହୃଦୟରେ ଏଇ ସାରା ଆକାଶ)
ଏକ ନଗ୍ନ ପୁସ୍ତକ !!!
ଅନୁବାଦ : ମନୋରଞ୍ଜନ ହୋତା
Comments are closed.