Latest Odisha News

BREAKING NEWS

Browsing Tag

Manoranjan hota

ଅନୁବାଦ କବିତା : ଭୟ

ମୂଳ ରଚନା : ଖାଲିଲ ଜିବ୍ରାନ୍ ଲୋକମାନେ କହିବାର ଶୁଣାଯାଏ ନଦୀଟି ସମୁଦ୍ରରେ ପଶିବା ପୂର୍ବରୁ ଥରିଉଠେ ଭୟରେ । ସେ ପଛକୁ ଅନାଇ ଚାଲି ଆସିବା ବାଟକୁ ଚାହେଁ, ପର୍ବତର ସୁଉଚ୍ଚ ଶୃଙ୍ଗରୁ ଅଙ୍କା ବଙ୍କା ପଥ ଚାଲି ଜଙ୍ଗଲ ଓ ଗାଁମାନଙ୍କ ଭିତରେ । ଏବଂ ନିଜ ସାମନାରେ ଦେଖେ ଏତେ ବିଶାଳ…

ଅନୁବାଦ କବିତା : ଅତିଥି

ମୂଳ ରଚନା : ଆନ୍ନା ଆଖମାତୋଭା  କିଛି ବି ବଦଳି ନାହିଁ ଖାଇବା ଘରର ଝରକାରେ ଶକ୍ତ ବରଫଖଣ୍ଡ ମାନ, ମାଡ଼ଖାଇ ଛିଟକି ପଡ଼ୁଛନ୍ତି। ମୁଁ ଯାହାଥିଲି , ସେଇଆହିଁ ଅଛି କିନ୍ତୁ ଜଣେ ପୁରୁଷ ଆସିଛନ୍ତି, "କ'ଣ ଦରକାର ଆପଣଙ୍କର" ମୁଁ ପଚାରିଲି ସେ କହିଲେ "ତୁମ ସହ ନର୍କରେ ରହିବାକୁ…

ଅନୁବାଦ କବିତା : ସେଇ ବନ୍ୟ ଇନ୍ଦ୍ରଧନୁ

ଲୁଇସ ଗ୍ଲୁକ ମୋର ଯାତନାର ଶେଷ ପ୍ରାନ୍ତରେ ଏକ ଦ୍ୱାର ଥିଲା । ମୋ କଥାଟି ମନଦେଇ ଶୁଣ : ମନେ ଅଛି ତ ଯାହାକୁ ତୁମେ ମୃତ୍ୟୁ ବୋଲି କୁହ । ମଥା ଉପରେ କୋଳାହଳ।ଆନ୍ଦୋଳିତ ହେଉଛି ପାଇନ ଗଛର ଡାଳ। ତା'ପରେ କିଛି ନାହିଁ । ଶୁଷ୍କ ଉପରି ଭାଗରେ ମିଟ ମିଟ କରୁଛି ମ୍ଳାନ ସୂର୍ଯ୍ୟ ।…

ଅନୁବାଦ କବିତା : ସମୁଦ୍ର ବେଳାର ବେତବଣ

ମୂଳ ରଚନା : ଡେରେକ ୱାଲକର୍ଟ ମୋର ବନ୍ଧୁମାନଙ୍କ ଭିତରୁ ଅଧେ ମରି ହଜି ଗଲେଣି । ପୃଥିବୀ କହିଲା, ମୁଁ ତୁମ ପାଇଁ ନୂଆ ବନ୍ଧୁ ଖୋଜିଦେବି ନା, ସେହିମାନଙ୍କୁ ହିଁ ଫେରାଇ ଦିଅ ସେମାନେ ଯେମିତି ଥିଲେ, ଠିକ ସେମିତି ମୁଁ ଅଳି କଲି । ଆଜି ରାତିରେ ସମୁଦ୍ର କୂଳର ବେତବଣ ଦେଇ ଭାସି…

ଅନୁବାଦ କବିତା : ମୋ କବିତା

ମୂଳ ରଚନା : ଉଆନ ରମୋନ ହିମେନେଜ ମୋ କବିତା ଗୁଡ଼ିକ ଯଦି ହୋଇ ପାରନ୍ତା ଏଇ ରାତ୍ରିର ଆକାଶ ଭଳି ଖାଲି ମୁହୂର୍ତ୍ତର ସତ୍ୟ ,                                                                                ବର୍ତ୍ତମାନର ଆଉ ତା'ର ନଥାନ୍ତା କିଛି ଇତିହାସ ! ଏବଂ ଏଇ…

ଅନୁବାଦ କବିତା : ଆଶା

ମୂଳ ରଚନା : ଚେଜଲୋ ମିଲସ  ତୁମ ମନେ ଅଛି ଆଶା ଯଦି ତୁମେ କରୁଛ ବିଶ୍ୱାସ ପୃଥିବୀଟା ସ୍ୱପ୍ନ ନୁହେଁ ଏହା ଏକ ଜୀବନ୍ତ ଅସ୍ତିତ୍ୱ ।ଦେଖିବା , ଛୁଇଁବା ଅବା ଶୁଣିବାଟା ନୁହେଁ କେବେ ମିଛ ଏତେ ଦିନ ଧରି ଯାହା ଯେତେବି ଦେଖିଛ ସବୁ ଯେମିତି ଫାଟକରୁ ଦିଶୁଥିବା ବଗିଚାର ଦୃଶ୍ୟ। ତୁମ…

ଅନୁବାଦ କବିତା : ମୋ ସଙ୍ଗୀତ

ମୂଳ ରଚନା : ଗ୍ରାବ୍ରିଏଲା ମିସ୍ରାଲ ବ୍ୟଥିତ ଶିଶୁଙ୍କ ପାଇଁ ମୁଁ ଯେଉଁ ଗୀତ ଗାଇଛି ଆଜିଥରେ ଦୟାକରି ମୋ ପାଇଁ ସେଇ ଗୀତ ଗାଅ । ଗୁଣୁ ଗୁଣୁ ହୋଇ ତୁମ ଲାଗି ଯେ ଗୀତ ଗାଇଛି ହେ ବେଦନାକ୍ତ ଶିଶୁଗଣ ମୋ ପାଇଁ ଆଜି ସେଇ ଗୀତ ଗାଅ । ମୁଁ ବି ଆଜି ଆହତ । ଏ ନିଷ୍ଠୁର ଆଲୋକ…

ଅନୁବାଦ କବିତା : ଚିଲିକାରେ ସକାଳ

ମୂଳ ବଙ୍ଗଳା : ବୁଦ୍ଧଦେବ ବସୁ  ଆଜିର ଏଇ ସକାଳ ଏତେ ଭଲ ଲାଗୁଛି ଯେ କହିବାକୁ ଭାଷା ନାହିଁ ମୋର ! ଆକାଶଟା କେତେ ନୀଳ ଓ ନିର୍ମଳ କେତେ ପୁଣି ଅପୂର୍ବ ସୁନ୍ଦର ମନେ ହୁଏ କେଉଁ ଏକ ଓସ୍ତାଦ କଣ୍ଠର ଅବାଧ ଉନ୍ମୁକ୍ତ ସ୍ୱର ଦିଗନ୍ତରୁ ଆଦିଗନ୍ତ ହୋଇଛି ବିସ୍ତାର। ଏଇ ଆକାଶର…

ଅନୁବାଦ କବିତା : ଗିଟର

ମୂଳ ରଚନା : ଫ୍ରେଡେରିକା ଗାର୍ସିଆ ଲୋରକା ଗିଟର କାନ୍ଦିବାକୁ ଆରମ୍ଭ କଲା । ସଦ୍ୟ ସକାଳରେ ପିଉଥିବା କପଗୁଡ଼ିକ ଭାଙ୍ଗି ଚୁର୍ଣ୍ଣ ବିଚୂର୍ଣ୍ଣ ହୋଇଗଲେ। ଗିଟର କାନ୍ଦିବାକୁ ଆରମ୍ଭ କଲା ତୁମେ ତାକୁ ବନ୍ଦ କରି ପାରିବ ନାହିଁ । ତାକୁ ଚୁପ କରିବା ଅସମ୍ଭବ ପାଣି ବା ବରଫ ଉପର ଦେଇ…

ଅନୁବାଦ କବିତା : ବୁଢ଼ା ମଣିଷ

ମୂଳ ରୁଷିୟାନ : ଆଲେକଜାଣ୍ଡାର ବ୍ଲକ  ମୋର ଯାହା ଇଚ୍ଛା ଥିଲା ଯାହା ଚାହିଁଥିଲି ଅଧାଠାରୁ ବେଶୀ ତା'ର ଗଲିଣିତ ଭୁଲି ବଞ୍ଚିଛି ମୁଁ ଖାଲି ଶୀତଳ ଶୁଖିଲା ଏକ ବୁଦ୍ଧିବାଦ ନେଇ ଯଦିଓ ଏକାଠି ଆମେ ଥିଲେ ଦୁହେଁ ସାଥି ହୋଇ କେବଳ ସ୍ୱପ୍ନରେ । ହେମନ୍ତର ଦୁର୍ବଳ ଓ ରୁଗ୍ଣ ଆଲୋକରେ…