ମୂଳ ରଚନା : ଆନ୍ନା ଆଖମାତୋଭା
କିଛି ବି ବଦଳି ନାହିଁ
ଖାଇବା ଘରର ଝରକାରେ
ଶକ୍ତ ବରଫଖଣ୍ଡ ମାନ, ମାଡ଼ଖାଇ ଛିଟକି ପଡ଼ୁଛନ୍ତି।
ମୁଁ ଯାହାଥିଲି , ସେଇଆହିଁ ଅଛି
କିନ୍ତୁ ଜଣେ ପୁରୁଷ ଆସିଛନ୍ତି,
“କ’ଣ ଦରକାର ଆପଣଙ୍କର” ମୁଁ ପଚାରିଲି
ସେ କହିଲେ “ତୁମ ସହ ନର୍କରେ ରହିବାକୁ ଚାହୁଁଛି।”
ମୁଁ ହସିଲି ଓ ଉତ୍ତରଦେଲି “ମୁଁ ଠିକ ବୁଝି ପାରୁଛି,
ଆପଣ ଆମ ଦୁହିଁଙ୍କର ଧ୍ୱଂସ ଚାହୁଁଛନ୍ତି।
ସେ ତାଙ୍କର ପତଳା ହାତଟିକୁ
ଫୁଲମାନଙ୍କ ଉପରେ ବୁଲାଇ ଆଣିଲେ
ମତେ କୁହ ପୁରୁଷମାନେ ତୁମକୁ କେମିତି ଚୁମ୍ବନ କରନ୍ତି ,
ଏହାବି କୁହ , ତୁମ ପ୍ରତିଦାନରେ କେମିତି ଚୁମାଦିଅ ।”
ତାଙ୍କ ଅଳସ ଆଖି ଯୋଡ଼ିକର
ଅପଲକ ଦୃଷ୍ଟି ମୋ ଆଙ୍ଗୁଳିର ମୁଦି ଉପରେ
ତାଙ୍କର ପରିଷ୍କାର କିନ୍ତୁ ଭୟାନକ ମୁହଁର
କୌଣସି ଗୋଟିଏ ବି ମାଂସପେଶୀ ହଲିଲାନି
ମୁଁ ଠିକ ବୁଝି ପାରିଲି ତାଙ୍କ ଛଳନାର ଖେଳ ,
ତାଙ୍କୁ ଭଲ ଭାବରେ ଜଣା
ମୋଠାରୁ ତାଙ୍କର କିଛି ବି ଲୋଡ଼ା ନାହିଁ
ଏବଂ ମୋର ମଧ୍ୟ କିଛି ବି ମନା କରିବାର ନାହିଁ ।
ଅନୁବାଦ : ମନୋରଞ୍ଜନ ହୋତା
Comments are closed.