Latest Odisha News

ଅନୁବାଦ କବିତା : ଧର୍ମପଦ

ମୂଳ ପାଲିର ସମ୍ପାଦନା – ପ୍ରହ୍ଲାଦ ପ୍ରଧାନ
ଅନୁବାଦ – ଶୈଲେନ ରାଉତରାୟ

ମନରୁ କଷାୟ ଦୋଷ କରି ଦୂରୀଭୂତ,
ଯେଉଁ ନର ଶୀଳରେ ଅଟେ ସୁସମାହିତ ।
ସଞ୍ଜମ କରୁ ସେ ଥାଇ ସତ୍ୟଗୁଣେ ଯୁକ୍ତ,
କଷାୟେ ସେହୁ ଅଧିକାରୀ ଅଟଇ ଉଚିତ ।୧୦।

ଅସାର ବସ୍ତୁକୁ ଯିଏ ମଣେ ସାର ବୋଲି,
ସାର ବସ୍ତୁକୁ ପୁଣି ଦେଖେ ଅସାର ଭଳି ।
ମିଥ୍ୟା ସଙ୍କଳ୍ପରେ ସେହୁ ବଶୀଭୂତ ହୋଇ,
ସାର ବସ୍ତୁକୁ କଦାପି ନ ପାଇ ପାରଇ ।୧୧।

ଯେ ସାର ବସ୍ତୁକୁ ସାର ବୋଲି ମଣୁଥାଇ,
ଅସାର ବସ୍ତୁ ଅସାର ବୋଲି ସେ ଜାଣଇ ।
ସମ୍ୟକ ସଙ୍କଳ୍ପ ସହ ହୋଇ ସେହୁ ଯୁକ୍ତ,
ସାର ବସ୍ତୁକୁ ସର୍ବଦା ହୋଇଥାଏ ପ୍ରାପ୍ତ । ୧୨।

Comments are closed, but trackbacks and pingbacks are open.